ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶିକ୍ଷାର ପରିସୀମା ବୃଦ୍ଧି ପାଇଁ ଆଲୋଚନା

0

ଭୁବନେଶ୍ୱର; ଝାରଖଣ୍ଡ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ଶ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଡାକରାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଝାରଖଣ୍ଡ ଗସ୍ତ କରିଥିଲେ । ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଶ୍ରୀ ପ୍ରଧାନ ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ନେଇ ଆଲୋଚନା ମଧ୍ୟ କରିଥିଲେ । ଖାସକରି ଝାରଖଣ୍ଡରେ ଶିକ୍ଷାର ପରିସୀମାକୁ ବୃଦ୍ଧି କରିବା ପାଇଁ ଏକ ବଡ଼ ଆଲୋଚନା ହୋଇଥିଲା ବୋଲି ମନ୍ତ୍ରୀ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଛନ୍ତି । ଏହା ସହିତ ଯୁବପିଢ଼ୀଙ୍କୁ ଶସକ୍ତି କରଣ କରିବା ସହ ସୁସ୍ଥ ସରକାରୀ ବ୍ୟବସ୍ଥା ଓ ଲୋକମାନଙ୍କର ଉନ୍ନତି ସହିତ ସେମାନଙ୍କ ହୀତ ବିଷୟରେ ମଧ୍ୟ ଆଲୋଚନା ହୋଇଥିବା ଜାଣିବାକୁ ମିଳିଛି ।