ବିକାଶ ଫାଉଣ୍ଡେସନ୍ ପକ୍ଷରୁ ବିଜିଗୋଳରେ ମେଗାସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

0

କଣିହାଁ /ଜ୍ୟୋତି ରଞ୍ଜନ ଧର: ସୋମବାର କଣିହାଁ ବ୍ଲକ୍ ବିଜିଗୋଳ ପଞ୍ଚାୟତରେ ମାଗଣା ମେଗା ସ୍ୱାସ୍ଥ୍ୟ ଶିବର ଅନୁଷ୍ଠିତ ହୋଇଯାଇଛି । ବିକାଶ ଫାଉଣ୍ଡେସନ୍ ଆନୁକୂଲ୍ୟରେ ଏହି ଶିବିର ଆୟୋଜିତ ହୋଇଥିଲା । ବ୍ଲକ୍ ର ବିଜିଗୋଳ, ଗଦାଶିଳା, କମରେଇ ପଂଚାୟତର ରଙ୍ଗବେଡା, ବାରଡାଙ୍ଗୁଆ, ଆମ୍ବପାଳ, ଏନ୍ ଟିପିସି ବଜାର, ଲୋଧାବନ୍ଧ, ଗଦାଶିଳା, କରଡେଇ, କାଟେଣୀ, ଭିମକାଣ୍ଡ, ତେଲିସିଂହା, ଗଣ୍ଡବେରଣା, ହଟିଂ, ଦଣ୍ଡସିଂହା ଆଦି ଗ୍ରାମର ଶତାଧିକ ପୁରୁଷ ଓ ମହିଳାଙ୍କ ସ୍ୱାସ୍ଥ୍ୟ ପରିକ୍ଷା ସହିତ ମେଡିସିନ୍ ପ୍ରଦାନ କରାଯାଇଥିଲା । ଏଥିରେ ମୋଟ ୮୫୧ ପୁରୁଷ ଓ ମହିଳା ଉପକୃତ ହୋଇଥିଲେ । ମେଡିସିନ୍, ଚର୍ମ, ଅର୍ଥପ୍ରେଡିକ ବିଭାଗର ୭ ଜଣ ପ୍ରଫେସରଙ୍କ ସହିତ ୨୦ଜଣ ସହଯୋଗୀ ସେବା ଯୋଗାଇଥିଲେ । ପୂର୍ବାହ୍ନ ୧୧ଟାରେ ମେଗାସ୍ୱାସ୍ଥ୍ୟ ଶିବିରକୁ ତାଳଚେର ବିଧାନସଭା କ୍ଷେତ୍ରୀୟ ନେତା କାଳନ୍ଦୀ ସାମଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । ଅପରାହ୍ନ  ୨ଟାରେ ବିକାଶ ଫାଉଣ୍ଡେଶନ୍ ର ଅଧକ୍ଷା ମୃଦୁଳା ଠାକୁର ପ୍ରଧାନ ପରିଦର୍ଶନରେ ଆସିଥିଲେ । ଅନୁଗୁଳ, ଢେଙ୍କାନାଳ, ଦେବଗଡ ଓ ସମ୍ବଲପୁରରେ ଏହାରି ମଧ୍ୟରେ ୧୪ଟି ସ୍ୱାସ୍ଥ୍ୟ ଶିବିର ହୋଇସାରିଲାଣି । ଆଉ ଆସନ୍ତା ୨ ଅକ୍ଟୋବର ପର୍ଯ୍ୟନ୍ତ ଏଭଳି ଶିବିର ଚାଲିବ ।

ସ୍ୱାସ୍ଥ୍ୟ ହିଁ ସମ୍ପଦ । ଜନତାଙ୍କ ପ୍ରତି ସେବା ଓ ସମର୍ପିତ ଭାବନା ରହି କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନକୁ ସେବାସପ୍ତାହ ରୂପେ ପାଳନ ଅବସରରେ ଏଭଳି ମାଗଣା ସ୍ୱାସ୍ଥ୍ୟ ଶିବିର କରାଯାଉଛି ବୋଲି ଅଧକ୍ଷା ଶ୍ରୀମତୀ ପ୍ରଧାନ ପ୍ରକାଶ କରିଥିଲେ । ଫାଉଣ୍ଡେସନ୍ କୋଡିନେଟର ହୃଷିକେଶ ସାମଲ, ରବିନ୍ଦ୍ର ଦାସ, ଗଗନ ପ୍ରଧାନ, ଅନିରୂଧ ପାଣି, ପୂର୍ବତନ ସରପଂଚ ବିନତି ନାଏକ, ୱାଡ ସଭ୍ୟା ମଂଜୁଲତା ସାହୁ, କନିଷ୍କ ପ୍ରଧାନ, ସୁଲେନ୍ କୁମାର ଧର, ହେମନ୍ତ କୁମାର ପ୍ରଧାନ, ସ୍ୱର୍ଯ୍ୟକାନ୍ତ ସାହୁ, ସ୍ମୃତି ରଂଜନ ପାଣି, ଶରତ ବେହେରା, ପ୍ରଦୀପ୍ ଗଡନାୟକ, ଯୁଗଳ କିଶୋର ସାହୁ, ପିଣ୍ଟୁ ସାହୁ, ଦୀପକ୍ ସାହୁ, ବଳଭଦ୍ର ଦାସ, ଜିତେନ୍ଦ୍ର କୁମାର ସାହୁ, ନିରୋଜ କୁମାର ସାହୁ, ଶ୍ରୀପତୀ ବେହେରା, ରଂଜନ କୁମାର ସାହୁ, ରଂଜନ କୁମାର ନାହାକ, ଅନିଲ୍ ସେଠି ପ୍ରମୁଖ ଏହି ଶିବିର ପରିଚାଳନାରେ ସହଯୋଗ କରିଥିଲେ ।