ବିିଶ୍ୱର ସବୁଠୁ ସ୍ୱଚ୍ଛ ନଦୀ ମେଘାଳୟର ଉମନଗୋତ ନଦୀ, ପାଣି ନୁହେଁ ତ କାଚକେନ୍ଦୁ

0

(ଶୁଭସ୍ମିତା ଦାଶ/ ଭୁବନେଶ୍ୱର): ବିଶ୍ୱର ସବୁଠାରୁ ସ୍ୱଚ୍ଛ ନଦୀ ର ମାନ୍ୟତା ମିଳିଛି ମେଘାଳୟର ଉମନଗୋତ ନଦୀକୁ । ଏହି ନଦୀର ଖାସ କଥା ହେଉଛି ଏହାର ପାଣି ଦେଖିବାକୁ କାଚକେନ୍ଦୁ ପରି । ତେଣୁ ଏହି ନଦୀରେ ଡ଼ଙ୍ଗ ଭାସିଲେ କାଚ ବା ଦର୍ପଣ ଉପରେ ଭାସିବା ପରି ଦେଖାଯାଏ । ଲହି ନଦୀ ଶିଲୋଂଠାରୁ ୮୫ କିଲୋମିଟର ଦୂର ଭାରତ ବାଲାଂଦେଶ ସୀମା ନିକଟ ପୂର୍ବ ଜୟାଂନ୍ତ୍ରିା ଜିଲ୍ଲାରୁ ବାହାରିଛି । ଲୋକେ ଏହି ସ୍ଥାନକୁ ପାହଡ଼ରେ ଲୁଚି ।ହିଥିବା ସ୍ୱର୍ଗ ବୋଲି କହିଥାନ୍ତି । ଏହି ନଦୀରେ ଜଳ ଏତେ ସ୍ୱଚ୍ଛ ହେବାର ଶ୍ରେୟ ଏଠାରେ ବାସ କରୁଥିବା ଖାସ୍ ଆଦିବସୀ ସମ୍ପଦ୍ରୟର ଲୋକଙ୍କ ମଧ୍ୟରେ ଚାଲିଆସୁଥିବା ସମ୍ପ୍ରଦାୟକୁ ଦିଆଯାଏ । ସଫାଇ ସେମାନଙ୍କ ସଂସ୍କାରରେ ରହିଛି । ବୃଦ୍ଧାମାନ ସ୍ୱଚ୍ଛତାକୁ ପରଖିଥାନ୍ତି । ଉମନଗୋତ ନଦୀ ୩ ଟି ଗ୍ରାମ ଯଥାକ୍ରମେ ଦାଭକୀ,ଦାରଙ୍ଗ ଲବଂ ଶୋନାଗ୍ନାଡ଼େଙ୍ଗ ଦେଇ ପ୍ରଭାବିତ ହେଉଛି । ପର୍ଯ୍ୟଟକଙ୍କ ଆଗମନ ପରେ ବି ମାସରେ ଦୁଇରୁ ୪ ଦିନ ନଦୀକୁ ସଫା କରାଯାଇଥାଏ । ସେହି ଦିନ ଗ୍ରମାର ପ୍ରତ୍ୟେକ ଘରୁ ଜଣେ ଲେଖାଏଁ ଲୋକ ନଦୀ ସଫା କରିବାକୁ ଆସିଥାନ୍ତି । ଅଳିଆ ଆବର୍ଜନା କରୁଥିବା ଲୋକଙ୍କୁ ୫ ହାଜର ଟଙ୍କା ଜୋରିମାନ ଦେବାକୁ ପଡ଼ିଥାଏ । ଏଠାକୁ ନଭେମ୍ବର ଅକ୍ଟୋବର ମଧ୍ୟାରେ ସର୍ବାଧିକ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ ।