ଲେବର ପାର୍ଟିରୁ ଓହରି ଗଲେ ଲର୍ଡ ମେଘନାଦ ଦେଶାଇ

0

ଲଣ୍ଡନ: ବ୍ରିଟେନର ଲେବର ପାର୍ଟିରୁ ଇସ୍ତଫା ଦେଇଛନ୍ତି ୮୦ ବର୍ଷୀୟ ମୂଳ ଭାରତୀୟ ଅର୍ଥନୀତିଜ୍ଞ ତଥା ଲେଖକ ଲର୍ଡ ମେଘନାଦ ଦେଶାଇ । ପାର୍ଟିରେ ଜାତିବାଦ ଅଭିଯୋଗ କରି ସେ ଏହି ଇସ୍ତଫା ଦେଇଛନ୍ତି । ପାର୍ଟି ବିରୋଧି କାର୍ଯ୍ୟ କରି ପାର୍ଟିର ସଦସ୍ୟ ଜେରେମି କର୍ବିନଙ୍କୁ ଦଳରୁ ନିଲମ୍ବନ କରିବାର ୧୯ ପରେ ପୁଣି ତାଙ୍କୁ ଦଳରେ ସାମିଲ କରିବାକୁ ବିରୋଧ କରି ସେ ଇସ୍ତଫା ଦେବା ସହ ସେ କେବଳ ଲେବର ପାର୍ଟିର ସମର୍ଥକ ହୋଇ ରହିବେ ବୋଲି କହିଛନ୍ତି ।
ଜେରେମି ତାଙ୍କ କାର୍ଯ୍ୟ ପାଇଁ କ୍ଷମା ପ୍ରାର୍ଥନ କରି ନ ଥିଲେ ବି ତାଙ୍କୁ ଦଳରେ ସାମିଲ କରିବାକୁ ନେଇ ସେ ଅସ୍ୱାଭାବିକ ଅନୁଭବ କରିଛନ୍ତି । ଦଳର ହ୍ୱିପକୁ ମଧ୍ୟ ସ୍ୱୀକାର କରି ନ ଥିଲେ । ଦଳ ଜାତିବାଦ ଆଡକୁ ଢଳିବ ସେ କେବେ ଭାବି ନ ଥିବା ଦେଶାଇ କହିବା ସହ ଏହା ଇହୁଦି ସାଂସଦ ପ୍ରତି ଦୁର୍ବ୍ୟବହାର ବୋଲି କହିଛନ୍ତି । ହାଉସ୍ ଅଫ ଲର୍ଡ୍ସରେ ଲେବର ପାର୍ଟିର ନେତା ବେରୋନେସ ଏଞ୍ଜେଲା ସ୍ମିଥଙ୍କୁ ସେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି।