ନିଜେ ବିଧାୟକ ତାଙ୍କ ପାଇଁ ଲଢିଲେ

0

(ସରୋଜ ରାଉତ) ଭୁବନେଶ୍ୱର: ଆଜି ବିଧାୟକ ସରୋଜ ମେହେରଙ୍କ ଜାମିନ ଆବେଦନକୁ ନେଇ ଭୁବନେଶ୍ୱର ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ଶୁଣାଣୀ ହୋଇଛି । ଓଳିଲଙ୍କ ଆନ୍ଦୋଳନ ଥିବାରୁ ନିଜେ ମେହେର ତାଙ୍କ ଯୁକ୍ତି ଉପସ୍ଥାପନ କରି ନିଜ ପାଇଁ ଲଢିବାର ଦେଖିବାକୁ ମିଳିଥିଲା । ଏହି ଶୁଣାଣୀ ବେଳେ ପ୍ରତିପକ୍ଷର ବୟାନ ମଧ୍ୟ ନିଆଯାଇଛି । ତେବେ  ଆଗାମୀ ୫ ତାରିଖକୁ ଶୁଣାଣୀ ଘୁଞ୍ଚାଇ ଦିଆଯାଇଛି ।
ସୂଚନା ଯୋଗ୍ୟ, ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ କରାଇବା ଘଟଣାକୁ ନେଇ ମେହେରଙ୍କୁ ଗତ ୨୪ ତାରିଖରେ ପୁଲିସ ଗିରଫ କରିଥିଲା । ସେହିଦିନ ମେହେରଙ୍କୁ ଏଡିଜେ କୋର୍ଟରେ ଉପସ୍ଥିତ କରାଯାଇଥିଲା । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ପାଟଣାଗଡ ଜେଲକୁ ପଠାଇଦିଆଯାଇଥିଲା । ଓକିଲଙ୍କ ଆନ୍ଦୋଳନ ଯୋଗୁଁ ପାଟଣାଗଡ଼ କୋର୍ଟରେ ସରୋଜ ମେହେରଙ୍କ ଜାମିନ ଆବେଦନର ଶୁଣାଣୀ ହୋଇ ପାରି ନଥିଲା। ତେଣୁ ଭୁବନେଶ୍ୱର କୋର୍ଟରେ ଜାମିନ ଆବେଦନ ଶୁଣାଣୀ ପାଇଁ ତାଙ୍କୁ ପାଟଣାଗଡରୁ ଭୁବନେଶ୍ୱର ଗତ କାଲି ରାତି ୩ଟାରେ ଅଣାଯାଇଥିଲା ।