ରିପୋର୍ଟର୍ସ ଟୁଡେ୍ ବ୍ୟୁରୋ : ପୁଣିଥରେ ଚର୍ଚ୍ଚାରେ କଙ୍ଗନା ରାଣାୱତ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଟ୍ବିଟ୍ କରି ହଟହଟା ହେଲେ ବଲିଉଡ୍ ଅଭିନେତ୍ରୀ ବା ମଣ୍ଡି ସଂସଦୀୟ କ୍ଷେତ୍ରର ବିଜେପି ସାଂସଦ କଙ୍ଗନା ରାଣାୱତ । ସେ ଟ୍ରମ୍ପଙ୍କ ସାମ୍ପ୍ରତିକ ମନ୍ତବ୍ୟ ଉପରେ ସୋସିଆଲ ମିଡିଆରେ ତାଙ୍କର “ବ୍ୟକ୍ତିଗତ ମତ” ପୋଷ୍ଟ କରିଥିଲେ, ଯାହାକୁ ସେ ଏବେ ଡିଲିଟ୍ କରିଦେଇଛନ୍ତି। ଏହା ପରେ ସେ ଏକ ନୂତନ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମୋତେ ଫୋନ୍ କରି ଟ୍ରମ୍ପଙ୍କ ଦ୍ୱାରା ଆପଲ ସିଇଓ ଟିମ୍ କୁକଙ୍କୁ ଭାରତରେ ଉତ୍ପାଦନ ନକରିବାକୁ କହିବା ସହିତ ଜଡିତ ଟ୍ୱିଟ୍ ଡିଲିଟ କରିବାକୁ କହିଥିଲେ। ମୋର ବ୍ୟକ୍ତିଗତ ମତାମତ ପୋଷ୍ଟ କରିବା ପାଇଁ ମୁଁ ଦୁଃଖିତ। ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ ମୁଁ ତୁରନ୍ତ ଏହାକୁ ଇନଷ୍ଟାଗ୍ରାମରୁ ହଟାଇ ଦେଇଥିଲି।
ତେବେ ସୂଚନା ଥାଉ କି ଟ୍ରମ୍ପ ଗୁରୁବାର କହିଥିଲେ, ମୁଁ ଚାହେଁ ନାହିଁ ଯେ ଆପଲ ଫୋନ ଭାରତରେ ତିଆରି ହେଉ। ମୁଁ ଆପଲ ସିଇଓ ଟିମ କୁକଙ୍କୁ କହିସାରିଛି ଯେ ଉତ୍ପାଦନ ଆମେରିକାରେ ହେବା ଉଚିତ। ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି କଙ୍ଗନା କହିଥିଲେ, ଟ୍ରମ୍ପଙ୍କ ଚିନ୍ତାଧାରା ଦାୟିତ୍ୱହୀନ ଏବଂ ସୀମିତ ଦୃଷ୍ଟିକୋଣ। ପୋଷ୍ଟଟି ପ୍ରସାରିତ ହେବା ପରେ, ବିଜେପି ନେତୃତ୍ୱ ଅସହଜ ମନେ ହେଉଥିଲା।
ଅନ୍ୟପଟେ ଏହି ସମ୍ପୂର୍ଣ୍ଣ ଘଟଣା ପରେ କଂଗ୍ରେସ ବିଜେପିକୁ ଟାର୍ଗେଟ କରିଛି। କଂଗ୍ରେସ କହିଛି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କିମ୍ବା ସମଗ୍ର ବିଜେପି କ’ଣ ମୋଦୀଜୀଙ୍କ ବନ୍ଧୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଏତେ ଭୟଭୀତ ? ଆପଣଙ୍କ ସାଂସଦଙ୍କ ଟ୍ୱିଟ୍ ମଧ୍ୟ ଡିଲିଟ୍ କରିବାକୁ ପଡିବ। ନଡ୍ଡା ଜୀ, ଆପଣ ଆମେରିକାକୁ ଡରନ୍ତି ନା ଟ୍ରମ୍ପଙ୍କୁ?