ପଣ୍ଡିତ ରଘୁନାଥ ମୁର୍ମୁ ହେରିଟେଜ ଟ୍ରଷ୍ଟ ପକ୍ଷରୁ ମୟୁରଭଞ୍ଜର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଅଲଚିକି ଲିପି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର

0

ରାଇରଙ୍ଗପୁର (ସତ୍ୟନାରାୟଣ ପଲ) : ମୟୁରଭଞ୍ଜ ଜିଲ୍ଲାର ସମସ୍ତ ସରକାରୀ କାର୍ୟ୍ୟକ୍ଷଳୟର ନାମଫଳକ ସାନ୍ତାଳୀ ‘ଅଲଚିକି’ ଲିପିରେ ଲେଖିବା ପାଇଁ ଗୁରୁ ଗମକେ ପଣ୍ଡିତ ମୁର୍ମୁ ହେରିଟେଜ ଟ୍ରଷ୍ଟ, ଦାଣ୍ଡବୋଷ, ରାଇରଙ୍ଗପୁର, ମୟୁରଭଞ୍ଜ ପକ୍ଷରୁ ରାଜ୍ୟ ସରକାରଙ୍କ ପାଖରେ ଦାବୀ କରାଯାଇଛି । ଏ ସମ୍ପର୍କରେ ଏକ ସ୍ମାରକ ପତ୍ର ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଟ୍ରଷ୍ଟର ସଦସ୍ୟଙ୍କ ଦ୍ୱାରା ମୟୁରଭଞ୍ଜ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସଏଙ୍କ ଜରିଆରେ ତା ୪.୩.୨୦୨୫ରିଖରେ ପ୍ରଦାନ କରାଯାଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଅଲଚିକି ଲିପିର ଏକ ଶତ ବର୍ଷ ପୂର୍ତ୍ତୀ ତଥା ଅଲଚିକି ଲିପିର ସ୍ରଷ୍ଟା ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ୧୨୦ତମ ଜନ୍ମ ବାର୍ଷିକୀ ପାଳନ ଉପଲକ୍ଷେ ଟ୍ରଷ୍ଟ ପକ୍ଷରୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ଜନ୍ମସ୍ଥାନ ଦାଣ୍ଡବୋଷ, ରାଇରଙ୍ଗପୁର, ମୟୁରଭଞ୍ଜ ଠାରେ ଆସନ୍ତା ବୈଶାଖ ପୂର୍ଣ୍ଣିମା ମେ ୧୨, ୧୩ ଓ ୧୪ତାରିଖ ରେ ଏକ ବିଶାଳ କାର୍ୟ୍ୟକ୍ରମ ର ଆୟୋଜନ କରାଯାଇଛି । ଆନ୍ତର୍ଜାତିକ ସ୍ତରର ଏହି କାର୍ୟ୍ୟକ୍ରମ ରେ ସାନ୍ତାଳୀ ଭାଷା ସହିତ ଓ ଲିପି ଉପରେ ଏକ ତ୍ରିଦିବସୀୟ ଆନ୍ତର୍ଜାତିକ ସମ୍ମିଳନୀ ସହ ସାହିତ୍ୟ ମହାତ୍ସବ ଓ ବହୁବିଧି ସାଂସ୍କୃତିକ କାର୍ୟ୍ୟକ୍ରମ ରହିଛି । ଟ୍ରଷ୍ଟ ର ଅଧକ୍ଷ ତଥା ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ବଡ ନାତି ଚୁନିୟନ ରଘୁ ମୁର୍ମୁ, ସାଧାରଣ ସମ୍ପାଦକ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ, ନୂଆଦିଲ୍ଲୀର ପୂର୍ବତନ ସାନ୍ତାଳୀ ଆବାହକ ମଦନ ମୋହନ ସରେନ ଓ କଷାଧକ୍ଷ ଶ୍ରୀ ଆନ୍ତା ଆଲକ ବାସ୍କେଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଏହି ସ୍ମାରକ ପତ୍ରରେ ମୟୁରଭଞ୍ଜରେ ସାନ୍ତାଳୀ ଜନଜାତି ସର୍ବବୃହତ ଜନଜାତି ଗୋଷ୍ଠି ହୋଇଥିବାରୁ ଏବଂ କଥିତ ଭାଷା ସାନ୍ତାଳୀ ହୋଇଥିବା ରୁ ମୟୁରଭଞ୍ଜ ଜିଲ୍ଲାର ସମସ୍ତ ସରକାରୀ କାର୍ୟ୍ୟାଳୟର ନାମଫଳକ ସାନ୍ତାଳୀ ଲିପି ‘ଅଲଚିକି’ ରେ ଲେଖିବା ଦ୍ୱାରା ଅଲଚିକି ଲିପି ର ଶତବର୍ଷ ପାଳନ ଅବସରରେ ଲିପିର ସ୍ରଷ୍ଟା ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଯଥୋଚିତ ସମ୍ମାନ ଦିଆଯାଇପାରିବ ବୋଲି ଉଲେଖ କରିଛନ୍ତି କ୍ଷ