ସୁବର୍ଣ୍ଣପୁର : ମେଣ୍ଡା ପୋଲିସକୁ ବଡ ସଫଳତା । ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲା ସୀମାନ୍ତ ଓ ମେଣ୍ଡା ଆଉଟ ପୋଷ୍ଟ ଅଞ୍ଚଲ ରେ ଡକାୟତ ମାନଙ୍କର ଉତ୍ପାତ ଓ ଲୁଟ ତରାଜ ନେଇ ଅଞ୍ଚଳ ବାସୀ ଭୟଭୀତ ରହୁଥିଲେ । ଏବେ ମେଣ୍ଡା ପୋଲିସ ଡକାୟତ ମାନଙ୍କୁ ଧରିବାରେ ସଫଳ ହେବା ନେଇ ଅଞ୍ଚଳ ରେ ଚର୍ଚ୍ଚାର ବିଷୟ ହୋଇଛି l
ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନା ଅନ୍ତର୍ଗତ ବରଗଁl ଦେଇ ନିଜ ଗାଁ କୁ ରାଜପାଲି ଗ୍ରାମ ର ପୃଥ୍ୱୀରାଜ ସୁନା ଓ ପିକଅପ ରେ ଟାଇଲ ନେଇ ଫେରୁଥିବା ବେଳେ ତଲଵାର ଦେଖାଇ ତିନିଜଣ ଡକାୟତି କରିଥିଲେ l
ଏହି ଡକାୟତି ଅଭିଯୋଗ ରେ ତିନି ଜଣ ଡକାୟତଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିବା ନେଇ ଆଜି ତରଭା ଥାନା ଆଇ ଆଇ ସି ଅନିତା କିଡୋ ଅନୁଷ୍ଠିତ ଏକ ସାମ୍ବାଦିକ ସମିଳନୀ ରେ ସୂଚନା ଦେଇଛନ୍ତି I ସୂଚନା ଅନୁଯାୟୀ ଗତ 31/O1/25 ରାତି ପ୍ରାୟ 8.30 ଘଣ୍ଟା ସମୟ ରେ କେକଟପାଲି ପ୍ରାଥମିକ ବିଦ୍ୟାଳୟ ପାଖରେ ତିନି ଜଣ ଡକାୟତ ତଲଵାର ଦେଖାଇ ହତ୍ୟା ଧକମ ଦେଇ 20ହଜାର ଟଙ୍କା ଏବଂ ବିଭୋ 1920 ମୋବାଇଲ ଲୁଟି ନେଇ ଥିବା ପୃଥ୍ୱୀରାଜ ସୁନା ମେଣ୍ଡା ଆଉଟ ପୋଷ୍ଟ ରେ ଲିଖିତ ଅଭିଯୋଗ କରିଥିଲେ I