ହିଂଜିଳି/ ରଜନୀକାନ୍ତ ପାତ୍ର : ଗଞ୍ଜାମ ଜିଲ୍ଲା ହିଁଞିଳିକାଟୁ ବ୍ଲକ ଗଣ୍ଡଳା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଳାସି ଗ୍ରାମ ଥିବା ସମସ୍ତ ଚାଷୀ ପରିବାର ବର୍ଷାର ଅଭାବ ଯୋଗୁଁ ଦୁଃଖ ପ୍ରକାଶ କରିବା ସହ ଚାଷ ଜମିରେ ପାଣି ର ଅଭାବ ଯୋଗୁଁ ଧାନ ତଳି ପୋଡି ଯାଉଛି।ଚାଷ କାର୍ୟ୍ୟ ବିଳମ୍ବ ଯୋଗୁଁ ଚାଷୀମାନେ ବହୁ ପୁରାତନ ପରମ୍ପରା ଅନୁସାରେ ଇନ୍ଦ୍ର ଦେବତାଙ୍କୁ ଖୁସି କରିବା ପାଇଁ ଗ୍ରାମରେ ଥିବା ରେ ରାଧାକୃଷ୍ଣ ମନ୍ଦିରରେ ପୂଜା ଅର୍ଚନା କରି ନୂଆ ବନ୍ଧ ରୁ ପାଣି ଆଣି ଗାଁ ରେ ହଳଦୀ ଓ ଆଚୁପାଣି ବେଙ୍ଗ ବେଙ୍ଗୁଲି ଉପରେ ପକାଇ ଜଳଯାତ୍ରା କରିବା ସହ ବେଙ୍ଗ ଓ ବେଙ୍ଗୁଲି ର ବାହାଘର କରିଥିଲେ। ସେହିପରି ମାରପଲ୍ଲି ବାଉରୀ ସାହିରେ ମଧ୍ୟ ବେଙ୍ଗ ବେଙ୍ଗୁଲି ନାଟ ସହ ଢୋଲ,ମୁଦଙ୍ଗ ,ତାଳ ବଜାଇ ଗ୍ରାମ ରେ ସାହି ସାହି ଭ୍ରମଣ କରିଥିଲେ।