‘ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ମୁକ୍ତ’ କରିବାକୁ ବାଲୁକାକୃତି ଜରୀଆରେ ବାର୍ତ୍ତା

0

ପୁରୀ / ସଞ୍ଜୟ  ମହାପାତ୍ର : ଆନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ଅବସରରେ ପ୍ରଖ୍ୟାତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଗଢିଛନ୍ତି ଏକ ଆକର୍ଷଣୀୟ ବାଲୁକାକୃତି। ବିସ୍ତିର୍ଣ୍ଣ ବେଳାଭୂମିକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ସହ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ମୁକ୍ତ କରିବାକୁ ବାଲୁକାକୃତି ଜରୀଆରେ ବାର୍ତ୍ତା ଦେଇଛନ୍ତି। ବିଭିନ୍ନ ସମୟରେ ପାଣି ପିଇ ବା ପରେ ପର୍ଯ୍ଯଟକ ମାନେ ଖାଲି ବୋଟଲକୁ ପକାଇ ଦେଇଥାନ୍ତି। ଫଳରେ ବେଳାଭୂମି ହେଉ ଅବା ଯେକୌଣସି ସ୍ଥାନରେ ପଡିଲେ ତାହା ମାଟିରେ ମିଶିଯାଏ ନାହିଁ। ତାହା ପଡିରହି ପ୍ରଦ୍ଯୂଷିତ ହୋଇଥାଏ। ଏମିତିକି ସମୁଦ୍ରକୁ ମଧ୍ୟ ପ୍ରଦ୍ଯୂଷିତ କରିଥାଏ। ଏଣୁ ବେଳାଭୂମି ଓ ସମୁଦ୍ରକୁ ପ୍ରଦ୍ଯୁଷଣ ମୁକ୍ତ କରିବା ପାଇଁ ଏହି ବାଲୁକାକୃତି ଜରୀଆରେ ବିଶ୍ୱବାସୀଙ୍କୁ ସଚେତନ କରାଇଛନ୍ତି ସୁଦର୍ଶନ।