ଆରମ୍ଭ ହେଲା ମେଟ୍‌ ଗାଲା-୨୦୨୨

୨ ଦିନ ହେବ ଆରମ୍ଭ ହୋଇଯାଇଛି ନ୍ୟୁୟର୍କର ମେଟ୍ରୋପୋଲିଟନ ମ୍ୟୁଜିୟମ ଅଫ୍‌ ଆର୍ଟରେ ମେଟ୍‌ ଗାଲା-୨୦୨୨ ।

0

(ମୁମ୍ବାଇ) : ୨ ଦିନ ହେବ ଆରମ୍ଭ ହୋଇଯାଇଛି ନ୍ୟୁୟର୍କର ମେଟ୍ରୋପୋଲିଟନ ମ୍ୟୁଜିୟମ ଅଫ୍‌ ଆର୍ଟରେ ମେଟ୍‌ ଗାଲା-୨୦୨୨ । ପ୍ରତିବର୍ଷ ଏହି ଇଭେଣ୍ଟରେ ବଲିଉଡ ତଥା ହଲିଉଡ କଳାକାରଙ୍କ ଷ୍ଟାଇଲର ନୂଆ ଲୁକ ଦେଖିବାକୁ ମିଳୁଥିଲା ।

ଏଥର ମେଟ ଗାଲାରେ ବୟସ ସୀମା ନିୟମକୁ କଡ଼ାକଡ଼ି ଲାଗୁ କରାଯାଇଛି । ୧୮ ବର୍ଷରୁ କମ୍‌ ବୟସ୍କଙ୍କୁ ଏହା ଦେଖିବାକୁ ଅନୁମତି ନାହିଁ। ଇଭେଣ୍ଟର ଜଣେ ପ୍ରବକ୍ତାଙ୍କ କହିବାନୁଯାୟୀ, ୧୮ ବର୍ଷରୁ କମ୍‌ ବୟସ୍କଙ୍କ ପାଇଁ ଏହି ଶୋ’ ଉଦ୍ଦିଷ୍ଟ ନୁହେଁ, ତେଣୁ ସେମାନଙ୍କୁ ଏହି ଶୋ’ରୁ ଦୂରେଇ ରଖିବାକୁ ନିୟମ ଲାଗୁ କରାଯାଇଛି ।

ସୂଚନାନୁଯାୟୀ ,ମେଟ୍‌ ଗାଲାରେ ଯୋଗ ଦେଇଥିବା ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନ । ଇଭେଣ୍ଟକୁ ଆସୁଥିବା ସେଲିବ୍ରିଟି ଦୀର୍ଘ ସମୟ ଧରି ନିଜ ଫୋନ୍‌ରେ ବ୍ୟସ୍ତ ରହୁଥିବାରୁ ୨୦୧୫ ମସିହାରେ ସୋଶାଲ ମିଡିଆ ବ୍ୟବହାର ଉପରେ ବ୍ୟାନ୍‌ ଲଗା ଯାଇଥିଲା। ୨୦୧୭ ମସିହାରେ ଜଣେ ସେଲିବ୍ରିଟି ବାଥ୍‌ରୁମ୍‌ ସେଲଫି ନେଉଥିବାରୁ ଏହାପରଠୁ ଫଟୋଗ୍ରାଫି ଓ ସୋଶାଲ ମିଡିଆ ବ୍ୟବହାରର ପରମିଶନ ନାହିଁ ।