ଆଗକୁ ଆସୁଛି ବର୍ଷା ନେଇପାରେ ଲଘୁଚାପର ରୁପ

0

(ସୌମ୍ୟ ରଂଜନ ସେଠି) : ଆସନ୍ତା ୯ ତାରିଖରେ ପୁଣି ଘନୀଭୂତ ହୋଇପାରେ ଆଉ ଏକ ଲଘୁଚାପ। କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ଲଘୁଚାପ ଘନୀଭୂତ ହେବା ଫଳରେ ଓଡ଼ିଶା ଉପକୂଳ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୋଆ ପରିବେଶ ଏବଂ ଜଳବାୟୁ କେନ୍ଦ୍ର ସୂଚନା ଦେଇଛି । ଅକ୍ଟୋବର ୧୧ ତାରିଖରେ ଏହି ଲଘୁଚାପ ଓଡିଶା ଉପକୂଳ ଛୁଇଁବା ସହିତ ଦକ୍ଷିଣରୁ ଉତ୍ତର ଦିଗକୁ ଗତି କରି ଡିପ୍ରେସନ କିମ୍ବା ଡିପ ଡିପ୍ରେସନର ରୂପ ନେବ ବୋଲି ଅନୁମାନ କରାଯାଉଛି । ଅକ୍ଟୋବର ୧୨ ତାରିଖ ସୁଦ୍ଧା ଏହି ଲଘୁଚାପ ଉତ୍ତର ଓଡିଶା ପାଖାପାଖି ଉପକୂଳ ଅତିକ୍ରମ କରିପାରେ ସୂଚନା ମିଳିଛି । ଲଘୁଚାପ ଫଳରେ ଓଡ଼ିଶାର ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଖୋର୍ଦ୍ଧା, କଟକ, ଭଦ୍ରକ, ବାଲେଶ୍ଵର ଏବଂ ମୟୁରଭଞ୍ଜ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।