ହିଟ୍ ୱେଭ ପାଇଁ ପାଣିପାଗ ବିଭାଗ ଜାରି କଲା ସତର୍କତା

0

ବ୍ୟୁରୋ : ଆସନ୍ତା ୨୯ ତାରିଖରେ ଫେରିବ ହିଟ୍ୱେଭ । ଆଗାମୀ ୭ ଦିନ ପାଗ ବିଶେଷ ଶୁଖିଲା ରହିବ । ଆଉ ୫ ଦିନ ତାପମାତ୍ରା ଧୀରେ ଧୀରେ ବଢିବାର ସମ୍ବାବନା ରହିଛି । ବର୍ତ୍ତମାନ ତାପମାତ୍ରା ସ୍ୱଭାବିକ ତାପମାତ୍ରା ଠାରୁ ୨ ରୁ ୩ ଡିଗ୍ରୀ କମ ରହିଛି ଯାହାକି ଆଗାମୀ ୫ ଦିନ ମଧ୍ୟରେ ଧୀରେ ଧୀରେ ବଢିବ । ତେବେ ବର୍ଦ୍ଧିତ ତାପମାତ୍ରାକୁ ନେଇ ରାଜ୍ୟର ତାପମାତ୍ରା ୪୦ ଡିଗ୍ରୀ ଟପିବା ସହ ୨୯ ତାରିଖ ବେଳକୁ ହିଟ୍ ୱେଭ୍ ପାଇଁ ଜାରି କରାଯାଇଛି । ପାଣିପାଗ ବିଭାଗ ଗୋଟେ କିମ୍ବା ଦୁଇଟି ସ୍ଥାନ ରେ ୨୯ ତାରିଖ ପାଇଁ ସତର୍କତା ଜାରି କରିଛି ।

Heatwave grips Tamil Nadu: Karur, Dharmapuri breaches 40-degree mark
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ୨୯ ତାରିଖ ରେ ସମ୍ବଲପୁର, ସୁବର୍ଣ୍ଣପୁର ବଲାଙ୍ଗୀର, କଳାହାଣ୍ଡି ଜିଲ୍ଲା ପାଇଁ ସତର୍କତା ଜାରି କରାଯାଇଛି । ଉପକୂଳ ଓଡିଶାର କିଛି କିଛି ସ୍ଥାନରେ ଗତ ୨୪ ଘଣ୍ଟା ରେ ହାଲୁକାରୁ ମାଧ୍ୟମ ଧରଣର ବର୍ଷା ଦେଖିବାକୁ ମିଳିଛି । ସେହିପରି ସର୍ବାଧିକ ତାପମାତ୍ରା ମାଲକାନଗିରିରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି ୩୬.୮ ଡିଗ୍ରୀ । ୯ ଟି ସ୍ଥାନରେ ୩୫ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଛି।