ପାଣିପାଗ ବିଜ୍ଞାନୀ ମୋସ୍ତୋଫା କମଲ ପୋଲାଶ ଦେଇଛନ୍ତି ସତର୍କ ସୂଚନା

0

ବଙ୍ଗୋପସାଗରରେ ଆସନ୍ତା ୨୩ରୁ ୨୮ ତାରିଖ ମଧ୍ୟରେ ଏକ ସାମୁଦ୍ରିକ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ସୃଷ୍ଟି ହୋଇଛି। ପାଣିପାଗ ବିଜ୍ଞାନୀ ମୋସ୍ତୋଫା କମଲ ପୋଲାଶ ଏଭଳି ସତର୍କ ସୂଚନା ଦେଇଛନ୍ତି। ଏହି ସମ୍ଭାବ୍ୟ ବାତ୍ୟାର ନାଁ ଶ୍ରୀଲଙ୍କାର ପ୍ରସ୍ତାବକ୍ରମେ ‘ଶକ୍ତି’ ରଖାଯିବ। ଏହା ଆସନ୍ତା ୨୪ରୁ ୨୬ ତାରିଖ ମଧ୍ୟରେ ସ୍ଥଳଭାଗ ଛୁଇଁବାକୁ ଥିବାବେଳେ ଓଡ଼ିଶା ଉପକୂଳରୁ ବାଂଲାଦେଶର ଚଟ୍ଟୋଗ୍ରାମ ଉପକୂଳ ପର୍ୟ୍ୟନ୍ତ ପ୍ରଭାବିତ ହୋଇପାରେ। ବିଶେଷ ଭାବେ ପଶ୍ଚିମବଙ୍ଗ ଏବଂ ବାଂଲାଦେଶର ଖୁଲନା ଉପଖଣ୍ଡ ଅଧିକ ପ୍ରଭାବିତ ହେବା ସମ୍ଭାବନା ରହିଥିବା ସେ ସୋସିଆଲ ମୋସ୍ତୋଫା ସୋସିଆଲ ମିଡିଆରେ ଲେଖିଛନ୍ତି। ଏନେଇ ବାଂଲାଦେଶ ପାଣିପାଗ ବିଭାଗ ପକ୍ଷରୁ ମଙ୍ଗଳବାର ଆନୁଷ୍ଠାନିକ ଭାବେ ସତର୍କ ସୂଚନା ଜାରି ହୋଇଛି। ଉକ୍ତ ସୂଚନା ଅନୁଯାୟୀ ମେ’ ୧୬ରୁ ୧୮ ମଧ୍ୟରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ତାହା କ୍ରମେ ଘନୀଭୂତ ହୋଇ ବାତ୍ୟାର ରୂପ ନେବ। ଏହାର ପ୍ରଭାବରେ ବାଂଲାଦେଶର ଉପକୂଳ ଅଞ୍ଚଳରେ ଜୋର୍‌ଦାର ପବନ ପ୍ରବଳ ବର୍ଷା ହେବ ବୋଲି କୁହାଯାଇଛି। ତେବେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ବାତ୍ୟାର ଗତିପଥ ସ୍ପଷ୍ଟ ହେବ ଏବଂ ବାସ୍ତବରେ କେଉଁଠି ଏହି ବାତ୍ୟା ମଡ଼ ହେବ ନା ଦୁର୍ବଳ ହେବ ତାହା ଜଣାପଡିବ । ବାତ୍ୟା ନେଇ ଆଇମଏଡି ପକ୍ଷରୁ କୌଣଷି ସ୍ପଷ୍ଟିକରଣ ନାହିଁ ।