ରାଜ୍ୟରେ ସକ୍ରିୟ ହେବ ପ୍ରାକ୍ ମୌସୁମୀ, ମେଘୁଆ ପାଗ ସହ ବର୍ଷା ସମ୍ଭାବନା

0

ଭୁବନେଶ୍ୱର: ରବିବାର ଠାରୁ ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ସକ୍ରିୟ ହେବ । ଉତ୍ତର-ପଶ୍ଚିମ ଦିଗରୁ ଓଡି଼ଶାକୁ ଆସୁଥିବା ଶୁଷ୍କ ବାୟୁ ପ୍ରବାହ ଦୁର୍ବଳ ହେବା ସହ ପୂବେଇ ପବନ ବହିବା ଆରମ୍ଭ ହୋଇଛି । ଯାହା ଫଳରେ ରାଜ୍ୟର କିଛି ସ୍ଥାନରେ ପାଗ ମେଘୁଆ ରହିବା ସହ ସ୍ଥାନେ ସ୍ଥାନେ ବର୍ଷା ହେଉଛି । ଆଜି ଭୁବନେଶ୍ୱର, କଟକ ସମେତ ଦକ୍ଷିଣ ଓଡି଼ଶାର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଓଡି଼ଶାକୁ ବଙ୍ଗୋପସାଗରରୁ ବାୟୁ ପ୍ରବାହ ହେବା ଯୋଗୁ ଆର୍ଦ୍ରତା ବଢିବା ସହ ଅଧିକ ବର୍ଷା ହେବ । ଘଡ ଘଡି ସହ ବର୍ଷା ପାଇଁ ୧୭ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣି ଜାରି କରାଯାଇଛି । ପାଗ ବଦଳିବା ଫଳରେ ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା କମିଛି । ଆସନ୍ତା ୩ରୁ ୪ ଦିନ ମଧ୍ୟରେ ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବ ।