(ହୀରାକୁଦ) : କରୋନା ଦ୍ବିତୀୟ ଲହରୀ ବୃଦ୍ଧି ପାଉଥିବା ବେଳେ ପ୍ରଥମ ଥରପାଇଁ ଜିଲ୍ଲାପାଳଙ୍କ ନିର୍ଦେଶରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଛି । ହୀରାକୁଦ ଓ୍ବର୍ଡ ନଂ ୧୦ ଅଧୀନରେ ଆସୁଥିବା ହିଣ୍ଡାଲକୋ ଇ-୨ ବ୍ଲକ୍କୁ ମାକ୍ରୋ ମଣ୍ଟେନମେଣ୍ଟ ଏବଂ ଏସଡିଓ କଲୋନି, ଜି-୪ ବ୍ଲକ, ବ୍ଲକ ଇ ଏବଂ ଇଆଇ ବ୍ଲକ ଗେଟ୍ ନଂ ୧,୨,୩ ଏବଂ ଏମ୍ ୫ ବ୍ଲକକୁ ବଫର୍ ଜୋନ୍ ଘୋଷଣା କରାଯାଇଛି। ଇ-୨ ବ୍ଲକକୁ ବାରିକେଡ୍ କରାଯାଇ ବନ୍ଦ କରାଯାଇଛି। ଏକ୍ୟୁଜିକେଟିଭ୍ ମାଜିଷ୍ଟେ୍ରଟ୍ ପ୍ରଭାତ ରଂଜନ ବିଶ୍ବାଳ ଓ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଏହା ଘୋଷଣା କରାଯାଇଛି।
ଅତ୍ୟାବଶ୍ୟକ ସେବାକୁ ବାଦ ଦେଲେ ଅନ୍ୟ କୌଣସି ସେବା ଉପଲବ୍ଧ ହୋଇ ପାରିବ ନାହିଁ ବୋଲି ସୂଚନା ମିଳିଛି ।