ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଳିବ ମଧ୍ୟାହ୍ନ ଭୋଜନ

0

ଭୁବନେଶ୍ୱର: ଆସନ୍ତା ଶିକ୍ଷାବର୍ଷରୁ ନବମ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଏ ନେଇ ବଜେଟ୍ ରେ ପ୍ରାବଧାନ କରାଯିବ ବୋଲି ସୂଚନା ଦେଇଛନ୍ତି ବିଭାଗିୟ ମନ୍ତ୍ରୀ।

ପୂର୍ବରୁ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇଥିବାବେଳେ ଦୁଇଟି ଶ୍ରେଣୀ ବାଦ୍ ପଡ଼ିଯାଉଥିଲେ। ଯାହାକୁ ଆଖିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଛନ୍ତି। ରାଜ୍ୟ ସରକାର ଏହାର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ ।