ନୂଆଦିଲ୍ଲୀ: ଭବିଷ୍ୟତର ନିରାପତ୍ତାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଭରତୀୟ ବାୟୁସେନା ଏକ ବଡ ନିଷ୍ପତି ନେଇଛି । ଜମ୍ମୁ କାଶ୍ମୀର ଭଳି ରଣନୈତିକ କ୍ଷେତ୍ରରେ ପ୍ରତିରକ୍ଷା ସ୍ଥିତିକୁ ମଜବୁତ କରିବା ଲକ୍ଷ୍ୟରେ ବାୟୁସେନା ଶ୍ରୀନଗର ବିମାନବନ୍ଦରରେ ଉନ୍ନତ ‘ମିଗ-୨୯’ ଯୁଦ୍ଧ ବିମାନର ଏକସ୍କ୍ୱାଡ୍ରନ ନିୟୋଜିତ କରିଛି । ଜାମ୍ମୁ କାଶ୍ମୀର ପାକିସ୍ତାନ- ଚାଇନା ସୀମାରେ ଅବସ୍ଥିତ । ଏଭଳି ପରିସ୍ଥିତିରେ ଏଠାରେ ଯୁଦ୍ଧ ବିମାନର ନିୟୋଜନ ସମ୍ପର୍କରେ ଦୀର୍ଘ ସମୟ ଧରି ଆଲୋଚନା ଚାଲିଥିଲା । ପାକିସ୍ତାନ ସହ ଭାରତର ଉତ୍ତର ସୀମାକୁ ଜଗି ରହିଥିବା ଟ୍ରାଇଡେଣ୍ଟସ ସ୍କ୍ୱାଡ୍ରନ ଶ୍ରୀନଗରର ଏହି ବେସରେ ମୁତୟନ କରାଯାଇଛି । ଟ୍ରାଇଡେଣ୍ଟସ ସ୍କ୍ୱାଡ୍ରନକୁ ସେନାରେ ‘ଡିଫେଣ୍ଡର ଅଫ ଦି ନର୍ଥ’ ମଧ୍ୟ କୁହାଯାଏ ।