ରାଜଧାନୀ ଭୁବନେଶ୍ବରରେ ମୃଦୁ ଭୂଚଳନ ଚର୍ଚ୍ଚା

0

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ମୃଦୁ ଭୂଚଳନ ଚର୍ଚ୍ଚା। ଥରିଲା ଭୁବନେଶ୍ବରର ବିଭିନ୍ନ ଅଞ୍ଚଳ। ରବିବାର ସକାଳ ୭ଟା ୧୭ରେ ଭୂମିକମ୍ପ ହୋଇଛି। ଭୂଚଳନ ଯୋଗୁ ମାତ୍ର କିଛି ସେକେଣ୍ଡ ପାଇଁ ଥରିଲା ରାଜଧାନୀ ଭୁବନେଶ୍ବର।  ବିଶେଷ କରି ପୁରୁଣା ଭୁବନେଶ୍ଵରରେ ଝଟ୍‌କା ଲାଗିଛି। କୌଣସି କ୍ଷୟକ୍ଷତି ହୋଇନାହିଁ। ତେବେ ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନି।