(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଆଜିକାଲି କେଶ ଝଡ଼ିବା ଏକ ସାଧାରଣ କଥା । ସାଧ।।ରଣତଃ କେଶ ଝଡ଼ିବାର ମୁଖ୍ୟ କାରଣ ହେଉଛି ପ୍ରୋଟିନ୍ ଅଭାବ ଓ ପେଟ ଗରମ । ଆପଣଙ୍କ ଶରୀରକୁ ଯଦି ଆବଶ୍ୟକ ପରିମାଣରେ ପ୍ରୋଟିନ୍ ମିଳିବ ଏବଂ ଆପଣଙ୍କ ପେଟ ଯଦି ଥଣ୍ଡା ରହିବ ତେବେ ଆଉ କେଶ ଝଡ଼ିବ ନାହିଁ । ତେବେ ଚାଲନ୍ତୁ ଜାଣିବା କଣ ପିଇବା ଦ୍ୱାରା ପେଟ ଥଣ୍ଡା ରହିବ ଓ କଣ ପିଇଲେ ଶରୀରକୁ ପ୍ରୋଟିନ୍ ମିଳିବ ।
ଦୈନିକ ମିଲ୍କ ସେକ ପିଇଲେ ଶରୀରକୁ ଉପଯୁକ୍ତ ପରିମାଣରେ ପ୍ରୋଟିନ୍ ମିଳିଥାଏ । ତେବେ ଏହାକୁ ପ୍ରସ୍ତୁତ କରୁଥିବା ସମୟରେ ଏଥର କାଜୁ ବାଦାମ ପକାଇବାକୁ ଭୁଲିବେ ନାହିଁ । ରାତିରେ କ୍ଷୀରରେ ହଳଦୀ ମିଶାଇ ପିଇଲେ ଥଣ୍ଡା କମ ହୋବ ସହ ଶରୀରକୁ ଉପଯୁକ୍ତ ପ୍ରୋଟିନ ମଧ୍ୟ ମିଳିଥାଏ । ଏହା ଅନେକ ରୋଗର ଉପଚାର କରିବା ସହ କେଶକୁ ମଧ୍ୟ ସୁନ୍ଦର କରିଥାଏ ।
ପେଟ ଥଣ୍ଡା କରିବା ପାଇଁ ସକାଳୁ ଖାଲି ପେଟରେ ପଇଡ଼ ପାଣି ପିଅନ୍ତୁ । ନାଳି ହୋଇନଥିବା ଖାଲି ପଇଡ଼ର ପାଣି ପେଟ ପାଇଁ ବେଶି ଭଲ ହୋଇଥାଏ । ଏହା ଛର୍ମ ସହ କେଶ ପାଇଁ ମଧ୍ୟ ଖୁବ ଭଲ । ଭୂଷି, ମିସିର ରାତିରେ ଭିଜାଇ ସକାଳରୁ ପିଅନ୍ତୁ । ଏହାକୁ ପିଇଲେ ମଧ୍ୟ ପେଟ ଥଣ୍ଡା ହୋଇଥାଏ । ଆପଣଙ୍କର ଯଦି ଗ୍ୟାସଟିକ୍ ସମସ୍ୟା ଅଛି ତେବେ ଏହା ଖୁବ୍ ଭଲ । ଖାଇ ସାରିବା ପର ଘୋଳ ଦହି ପିଅନ୍ତୁ । ଦହି ପିଇାବ ଦ୍ୱାରା ପେଟ ଥଣ୍ଡା ହେବା ବ୍ୟତୀତ ଉତ୍ତମ ହଜମ ମଧ୍ୟ ହୋଇଥାଏ । ଶରୀରର ଅତିରିକ୍ତ ଚର୍ବିକୁ କମ୍ କରିଥାଏ ।