ଭୁବନେଶ୍ୱର: ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର । ଏନେଇ ଚିନ୍ତା କରୁଛନ୍ତି ସରକାର। ମଧ୍ୟାହ୍ନ ଭୋଜନ ରେ ଛାତ୍ର ଛାତ୍ରୀ ଙ୍କୁ 200 ML ଭିଟାମିନ A ଓ D ଯୁକ୍ତ କ୍ଷୀର ଦେବାକୁ ଯୋଜନା କରୁଛନ୍ତି ସରକାର। ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସୂଚନା। ରାଷ୍ଟ୍ରୀୟ ପଶୁଧନ ଗୋକୁଳ ଯୋଜନା ରେ ଦୁଗ୍ଧ ଉତ୍ପାଦନ ସଶକ୍ତ କରାଯିବ କ୍ଷୀର ଧାରା କରାଯିବ। ଗୋକୁଳ ଯୋଜନା ରେ 3000 ଗାଈ ଦେବାର ବ୍ୟବସ୍ଥା କାଲି କରାଯାଇଛି । ଏଥିରେ ପାଖାପାଖି 38 କୋଟି ଟଙ୍କାର ବୟ ଖର୍ଚ୍ଚ କରାଯିବ । ଓଡିଶା ର ଲୋକ ମାନଙ୍କର ଅର୍ଥନୈତିକ ଅବସ୍ଥା କୁ ସ୍ଥିର କରିବା ପାଇଁ ପ୍ରଧାନ ମନ୍ତ୍ରୀ ମୋଦିଙ୍କର ଯେଉଁ ଲକ୍ଷ ରହିଛି ବିକଶିତ ଭାରତ ବିକଶିତ ଓଡିଶା ତେଣୁ ଗ୍ରାମାଞ୍ଚଳର ଅର୍ଥନୈତିକ ବିକାଶ କରିବା ପାଇଁ ମହିଳାଙ୍କୁ ଆଦିବାସୀ ଲୋକଙ୍କୁ ହରିଜନ ଲୋକ ଙ୍କ ବିକାଶ କରିବା ପାଇଁ 3000 ଗାଇ ର ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ରେ 70 ପ୍ରତିଶତ ରିହାତି ରେ 2 ଟି ଗାଈଲୋକଙ୍କୁ ଦେବାର ବ୍ୟବସ୍ଥା କରାଯାଇଛି । ଅର୍ଥନୈତିକ ବିକାଶ ଅର୍ଥନୈତିକ କୁ ସୁଧାର କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ଏହା ଦ୍ୱାରା ଓଡିଶାରେ ବିକାଶ ହେବ ଗ୍ରାମାଞ୍ଚଳର ବିକାଶ ହେବ । ଗିଫ୍ଟ milk ମାଧ୍ୟମରେ 29 ଟି ସ୍କୁଲ ରେ 1184 ପିଲା ଙ୍କୁ 200 ଗ୍ରାମ ର କ୍ଷୀର ଦେବା ର କାଲି ଶୁଭାରମ୍ଭ ହୋଇଛି । ଏହି ଯୋଜନା ରେ ପିଲା ମାନଙ୍କ ପୋଷଣ ରେ ଭିଟାମିନ ରହିବା ପାଇଁ ଏପରି ଅନେକ ବ୍ୟବସ୍ଥା କରାଯିବ ।