୫ ଦିନିଆ ଭିଜିଲାନ୍ସ ରିମାଣ୍ଡରେ କୋଟିପତି ଉପ ଜିଲ୍ଲାପାଳ ପ୍ରଶାନ୍ତ ରାଉତ

0

କଟକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ ଦିନିଆ ଭିଜିଲାନ୍ସ ରିମାଣ୍ଡରେ ଯିବେ କୋଟିପତି ଉପ ଜିଲ୍ଲାପାଳ ପ୍ରଶାନ୍ତ ରାଉତ। ୫ ଦିନିଆ ଭିଜିଲାନ୍ସ ରିମାଣ୍ଡକୁ ଅନୁମତି ଦେଇଛନ୍ତି ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ। କଟକ ଭିଜିଲାନ୍ସ କାର୍ୟ୍ୟାଳୟରେ ଜେରା ହେବେ ପ୍ରଶାନ୍ତ ରାଉତ। ଗତକାଲି ପ୍ରଶାନ୍ତ ରାଉତଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର।

ନିକଟରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିଲେ ପ୍ରଶାନ୍ତ ରାଉତ । ତାଙ୍କ ଘରୁ ମିଳିଥିଲା ନଗଦ ୩ କୋଟି କ୍ୟାସ୍ । ମୋଟ୍ ୫ କୋଟି ୨୧ ଲକ୍ଷରୁ ଅଧିକ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମିଳିଥିଲା । ଭୁବନେଶ୍ୱର ଓ କଟକର ପ୍ରାଇମ୍ ଲୋକେସନରେ ୪ଟି ପ୍ଲଟ୍ ଅଛି । ଉମରକୋଟରେ ରଖିଛନ୍ତି ଗୋଟିଏ ବେନାମୀ ପ୍ଲଟ୍ । ଦୁଇଟି ବେନାମୀ ଆକାଉଣ୍ଟ ଖୋଲି ଲାଞ୍ଚ ଟଙ୍କା ନେଉଥିଲେ ପ୍ରଶାନ୍ତ ରଉତ ।