ଯୋଡ଼ା (ରମେଶ ଚନ୍ଦ୍ର ମହାପାତ୍ର) : ରାଜ୍ୟ ଓ କେନ୍ଦ୍ର ସରକାର ଖଣିଜ ପ୍ରାଚୁର୍ଯ୍ୟ ପରିପୂର୍ଣ ଥିବା ଯୋଡ଼ା ରୁ କୋଟି କୋଟି ଟଙ୍କା ରାଜସ୍ବ ପାଉଛନ୍ତି | ଖଣି ରାଜସ୍ବ ପରି ରେଳ ରାଜସ୍ବ କୋଟି କୋଟି ଟଙ୍କା ଆଦାୟ ହେଉଛି | ମାତ୍ର ସରକାରୀ ଉଦାସୀନତା ମନୋଭାବ ଓ ରାଜନୈତିକ ଇଛା ଶକ୍ତି ଅଭାବ ଯୋଗୁଁ ପ୍ରାଚୁର୍ଯ୍ୟ ମଧ୍ୟରେ ବିକାଶ ର ହତାଶ ଚିତ୍ର ଦେଖିବାକୁ ମିଳିଛି | ଖଣି ଅଂଚଳ ବାସୀ ଙ୍କ କରୁଣ ଚିତ୍ର ଏବେ ଆଲୋଡନ ସୃଷ୍ଟି କରିଛି |
ଦକ୍ଷିଣ – ପୂର୍ବ ରେଳପଥ ଜୁରୁଡ଼ି ଠାରୁ ଜିଲ୍ଲାର ଉପାନ୍ତ ଦେଓଝର ପର୍ଯ୍ୟନ୍ତ ଲମ୍ବିଛି ।ଏହି ରେଳ ଧାରଣ। ର ଦୁଇ ପାର୍ଶ୍ଵରେ ବହୁ ବର୍ଷ ରୁ ଆଦିବାସୀ ମ।ନେ ଜନ ବସତି ସ୍ଥାପନ କରି ରହି ଆସୁଛନ୍ତି ।ହେଲେ ରେଳ ଧାରଣାରେ ଗୋଟିଏ ପାର୍ଶ୍ଵ ରୁ ଅନ୍ୟ ପାର୍ଶ୍ଵ କୁ ଯିବା ପାଇଁ ଲେଭେଲ କ୍ରୋସିଂ ନାହିଁ ।ରାସ୍ତା ମଧ୍ୟ ନାହିଁ ।ଗ୍ରାମାଞ୍ଚଳ କୁ ଯିବା ପାଇଁ ରେଳ ଧାରଣା ବାଧକ ସାଜିଛି ।ବିଲେଇ ପଦା,ଲହଣ୍ଡ। ମୁଣ୍ଡା ସାହି,ପ୍ରଭୃତି ସ୍ଥାନ ର ଜନ ସାଧାରଣ ବାରମ୍ବାର ରେଳ କତୃପକ୍ଷ ଙ୍କୁ ଅଭିଯୋଗ କଲେ ମଧ୍ୟ ଏଯାବତ୍ କୌଣସି ସୁଫଳ ମିଳି ପାରି ନାହିଁ ।ଏହି ଅବସ୍ଥା ଯୋଗୁଁ ଅଞ୍ଚଳ ବାସୀ କିପରି ଦୂରବସ୍ଥା ଭୋଗୁଛନ୍ତି ,ଏହାର ଏକ ନିଦର୍ଶନ ଦେଖିବାକୁ ମିଳିଥିଲା । ଲହଣ୍ଡା ଗ୍ରାମର ମୁଣ୍ଡା ସାହି ର ଜୈନେକ ରୋଗୀ ବିଶୁ ମୁଣ୍ଡା .ଙ୍କୁ ଡାକ୍ତର ଖାନ। ନେବା ପାଇଁ ଆମ୍ବୁଲାନ୍ସ ମୁଣ୍ଡା ସାହି କୁ ଯାଇ ପାରି ନ ଥିଲା ।ରେଳ ଧାରଣା ଉପରେ କୌଣସି କାରଣ ବଶତଃ ଏକ ମାଲବାହୀ ଟ୍ରେନ ଠିଆ ହୋଇ ରହିଥିଲା ।ଫଳରେ ଗ୍ରାମ କୁ ରାସ୍ତା ସମ୍ପୂର୍ଣ ଭାବେ ଅବରୋଧ ହୋଇ ରହିଥିଲା ।ଅନ୍ୟ ଉପାୟ ନ ପାଇ ଅତି ବିପଦ ସଙ୍କୁଳ ଅବସ୍ଥାରେ ପରିବାର ଲୋକେ ଗ୍ରାମବାସୀ ଙ୍କ ସହାୟତାରେ 2 କିମି ଅତିକ୍ରମ ପରେ ରୋଗୀ କୁ ଟ୍ରେନ ଚକ ତଳେ ଷ୍ଟ୍ରେଚର ମାଧ୍ୟମରେ ଗଳେଇ ଧାରଣ। ଅପର ପ।ର୍ଶ୍ୱକୁ ଆଣି ପ୍ରାୟ ଦୁଇ କିମି ଦୂରରେ ଠିଆ ହୋଇ ଥିବା ୧୦୮ଆମ୍ବୁଲାନ୍ସ ପାଖକୁ ନେଇଥିଲେ ।