ବେଙ୍ଗାଲୁରୁ କେମ୍ପେଗୌଡା ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପ୍ଲେନ୍ କୁ ଧକ୍କା ଦେଲା ମିନିବସ୍

0

ନୂଆଦିଲ୍ଲୀ  : କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ କେମ୍ପେଗୌଡା ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଅଘଟଣ । ବିମାନବନ୍ଦରରେ ପାର୍କିଂ ହୋଇଥିବା ଇଣ୍ଡିଗୋ ଏୟାରଲାଇନ୍ସକୁ ଧକ୍କା ଦେଲା ଏକ ମିନି ବସ୍ । ଏହି ଅଘଟଣରେ କେହି ଆହତ ହୋଇନାହାନ୍ତି କିନ୍ତୁ  ମିନି ବସର ଛାତ କ୍ଷତିଗ୍ରସ୍ତ ହୋଇଛି ।

ସୂଚନା ଅନୁଯାୟୀ ,  ମିନିବସ୍ ଟି କୌଣସି ଥାର୍ଡ ପାର୍ଟି ଏଜେନ୍ସୀର ଥିଲା। ଇଣ୍ଡିଗୋ ବିମାନଟି ପାର୍କିଂରେ ଛିଡା ହୋଇଥିଲା। ମିନିବସ୍ ଟି ସେହି ସ୍ଥାନ ଦେଇ ଯାଉଥିବା ବେଳେ ଏହାର ସନ୍ତୁଳନ ହରାଇଥିଲା ଓ ପ୍ଲେନ୍‌ ସମ୍ମୁଖ ଭାଗର ତଳ ଅଂଶରେ ଘଷି ହୋଇଯାଇଥିଲା। ଏଥିରେ ମିନିବସ୍ ର ଛାତ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବେଙ୍ଗାଲୁରୁ ଏୟାରପୋର୍ଟ ପ୍ରଶାସନ ଏ ନେଇ ଦେଇଥିବା ସୂଚନାରେ ଦୁର୍ଘଟଣା ଖବର ପାଇ ସମସ୍ତେ ସତର୍କ ହୋଇଯାଇଥିଲେ। ଏଥି ପାଇଁ ସବୁ ଜରୁରି ପ୍ରୋଟକଲ ପାଳନ କରାଯାଉଛି।