ହକି ବିଶ୍ୱକପ ପାଇଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା

0

ଭୁବନେଶ୍ୱର : ହକି ବିଶ୍ୱକପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ୟ ରାଜ୍ୟ ମାନଙ୍କର ମୁଖ୍ୟମନ୍ତ୍ରୀ ମାନଙ୍କୁ ମଧ୍ୟ ନିମନ୍ତ୍ରଣ କରିବା ପାଇଁ ଇଛା ପ୍ରକାଶ କରିଛନ୍ତି | ସେଥି ମଧ୍ୟରେ ଆଜି ସକାଳେ ଦିଲ୍ଲୀ ଠାରେ ଆନ୍ଧ୍ରପ୍ରଦେଶର ମାନ୍ୟବର ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କୁ ଭେଟିଛନ୍ତି ମାନ୍ୟବର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା | ଭୁବନେଶ୍ୱର ଏବଂ ରାଉରକେଲା ଠାରେ ଅନୁଷ୍ଠିତ ହକି ବିଶ୍ୱକପ ୨୦୨୩ରେ ଯୋଗ ଦେବାପାଇଁ ନିମନ୍ତ୍ରଣ ପତ୍ର ସ୍ୱୀକାର କରିଛନ୍ତି ଶ୍ରୀ ରେଡ୍ଡୀ | ଏହି ଅବସରରେ ଶ୍ରୀ ରାଜ୍ୟସଭାରେ YSRCP ପାର୍ଟିର ମାନ୍ୟବର ନେତା ବିଜୟ ସାଇ ମଧ୍ୟ ଉପସ୍ଥିତ ଥିଲେ। ଏହି ବୈଠକ ପ୍ରାୟ ୩୦ ମିନିଟ୍ ଧରି ଚାଲିଥିଲା ଏବଂ ଆନ୍ଧ୍ରପ୍ରଦେଶର ମାନ୍ୟବର ସିଏମ୍ ଜଗନ୍ ମୋହନ ରେଡ୍ଡୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୁବ ପ୍ରଶଂସା କରିଥିଲେ |