ଜୀବିତ ସ୍ୱାଧୀନତା ସଂଗ୍ରାମୀ କୁ ଶ୍ରଦ୍ଧାଞ୍ଜଳି ଦେଲେ ମନ୍ତ୍ରୀ

0

(ଟୁକୁନା ଖରା) : ଜୀବିତ ସ୍ୱାଧୀନତା ସଂଗ୍ରାମୀ କୁ ମୃତ ଘୋଷଣା କରି ଶ୍ରଦ୍ଧାଞ୍ଜଳି ଦେଲେ ପରିବହନ ମନ୍ତ୍ରୀ ଡାକ୍ତର ନୃସିଂହ ଚରଣ ସାହୁ । ଏପରି ଏକ ଘଟଣା ସାମ୍ନା କୁ ଆସିଛି ନବରଙ୍ଗପୁର ରୁ।ନବରଙ୍ଗପୁର ମିନି ଷ୍ଟାଡିୟମରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ପରିବହନ ମନ୍ତ୍ରୀ ଡାକ୍ତର ନୃସିଂହ ଚରଣ ସାହୁ ଅଭିଭାଷଣ ରେ ଦେଶ ପାଇଁ ପ୍ରାଣ ବଳି ଦେଇଥିବା ସହିଦ ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ମନ୍ତ୍ରୀ ଜୀବିତ ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ବାଜୀ ଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଯିଏକି ବର୍ତ୍ତମାନ ୧୦୩ବର୍ଷ ବୟସରେ ମଧ୍ୟ ବଞ୍ଚିତ ଅଛନ୍ତି। ।ଜିଲ୍ଲାର ସମସ୍ତ ବଡ଼ ବଡ଼ ଅଫିସର ବାବୁ ମାନଙ୍କ ଉପସ୍ଥିତ ରେ ମନ୍ତ୍ରୀ ତାଙ୍କ ଅଭିଭାଷଣ ରେ ଏତେ ବଡ ଭୁଲ କଣ ପାଇଁ କରିଲେ ।ତାହା ଏବେ ବୁଦ୍ଧି ଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପରି ଦାଇତ୍ଵ ହୀନ କାର୍ୟ୍ୟ ପାଇଁ କିଏ ନେବ କାହା ପାଇଁ କାର୍ୟ୍ୟାନୁଷ୍ଠାନ।ତେଣୁ ମନ୍ତ୍ରୀ ତାଙ୍କ ଭୁଲ କୁ ସ୍ୱୀକାର କରି ଜିଲ୍ଲା ବାସୀଙ୍କୁ ଏବଂ ସଂଗ୍ରାମୀ ଙ୍କ ପରିବାରର କୁ କ୍ଷମା ମାଗିବା କୁ ଜିଲ୍ଲା ବାସୀ ଦାବି କରିଛନ୍ତି।