ମହାନଦୀ ଜଳ ବିବାଦ ନେଇ ଗୃହରେ ବିବୃତି ରଖିଲେ ଜଳ ସମ୍ପଦ ମନ୍ତ୍ରୀ

0

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ନେଇ ଗୃହରେ ବିବୃତି ରଖିଲେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ । ମହାନଦୀ ଜଳ ବିବାଦ ର ମୂଳ କାରଣ ହେଉଛି ଛତିଶଗଡ଼ ଏକ ତରଫା ଓ ବେଆଇନ ଭାବେ ପାଣିକୁ ଅଟକଉଛି । 27.48 ନିୟୁତ ଏକର ଫୁଟ କୁ ବ୍ୟବହାର କରିବା ପାଇଁ ମସୁଧା କରୁଛି । 6 ଟି ବିଶାଳ କାୟ ଶିଳ୍ପ ଭିତ୍ତିକ ବ୍ୟାରେଜ କରି ଜଳକୁ ଅବରୋଧ କରାଯାଉଛି ବୋଲି ବିବୃତି ରଖିଛନ୍ତି ମନ୍ତ୍ରୀ । ସେ ଏଅହୁରି ମଧ୍ୟ କହିଛନ୍ତି ଏହାଫଳରେ ଅଣ ମୌସୁମୀ ସମୟରେ ଜଳ ପ୍ରବାହ କମୁଛି ।

2000 ମସିହାରେ ମୁଖ୍ୟମନ୍ତ୍ରୀ ଏ ନେଇ ଅବଗତ କରିଥିଲେ । ଓଡିଶା ପାଇଁ 2 ନିୟୁତ ଏକର ଫୁଟ ପାଣି ଛାଡିବାକୁ କହିଥିଲେ । ଏ ନେଇ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଅଵଗତ କରାଇଥିଲେ ବି କୌଣସି ସୁଫଳ ମିଳିଲା ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ଟୁକୁନି ସାହୁ । ଏବେ ଟ୍ରିବ୍ୟୁନାଲକୁ ଆମେ ଯାଇଛୁ ବୋଲି କହି ଗୃହର ସମସ୍ତଙ୍କୁ ଅନୁରୋଧ କରି କହିଛନ୍ତି ଯେ, ସମସ୍ତେ ଏହି ବିବାଦର ସମାଧାନ ପାଇଁ ଆମକୁ ସହଯୋଗ କରନ୍ତୁ ।