ରାଜ୍ୟ ସରକାରଙ୍କ ଏକବର୍ଷ ପୂର୍ତ୍ତି ଅବସରରେ ମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ । ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ସୁବର୍ଣ୍ଣପୁରଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବିକାଶ ମେଳାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ୧୧ବର୍ଷର ବିକାଶ ଉପଲବ୍ଧି ସହ ବିକଶିତ ଓଡିଶା ପାଇଁ ନିଆଯାଇଥିବା ସଂକଳ୍ପ ସମ୍ପର୍କରେ ଆଲୋଟନା ହୋଇଥିଲା । ବିକଶିତ ଓଡ଼ିଶାର ସଂକଳ୍ପକୁ ନେଇ ବିଗତ ଏକବର୍ଷ ମଧ୍ୟରେ ରାଜ୍ୟ ବିକାଶର ବିଭିନ୍ନ ସଫଳତା ଉପରେ କହିଥିବାବେଳେ ଧାନର ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୩୧ଶହ ବୃଦ୍ଧି,ମହିଳା ସଶକ୍ତିକରଣକୁ ନେଇ ପ୍ରବର୍ତ୍ତିତ ସୁଭଦ୍ରା ଯୋଜନା ଏବଂ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟର ସଫଳତାର ଫର୍ଦ୍ଦ ଉପରେ ସୂଚନା ଦେଇଛନ୍ତି । ବିଶେଷକରି,ଏବେ ଦେଶ ଏବଂ ଓଡ଼ିଶା ରାଜ୍ୟର କୃଷି,ଶିଳ୍ପ,ପ୍ରତିରକ୍ଷା ସହ ଦେଶର ଆର୍ଥିକ ଅଭିବୃଦ୍ଧିକୁ ନେଇ ହୋଇପାରିଥିବା ଉନ୍ନୟନ ଉପରେ କହିଥିବାବେଳେ ଲୋକଙ୍କ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ନିଆଯାଇଥିବା ସଂକଳ୍ପ ଉପରେ ମନ୍ତ୍ରୀ ରବି ନାରାୟଣ ନାଏକ ଆଲୋକପାତ କରିଥିଲେ ।