ନୁଆଦିଲ୍ଲୀ: ଗାଡି ମାଲିକମାନଙ୍କ ପାଇଁ ଆଶ୍ୱସ୍ତିକର ଖବର । କେନ୍ଦ୍ର ସରକାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୋମବାର ମୋଟର ଯାନ ଆଇନ ସମ୍ପର୍କିତ ଫିଟନେସ୍, ପଞ୍ଜିକରଣ, ପରମିଟ୍, ପ୍ରଦୁଷଣ ସାର୍ଟିଫିକେଟ୍ ପରି କାଗଜପତ୍ରର ବୈଧତାକୁ ବଢ଼ାଇଛନ୍ତି । ତେବେ ସରକାର ୨୦୨୦ ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି ।
ସୁଚନା ଥାଉ କି, ଏହା ପୁର୍ବରୁ ଲକଡାଉନ ମଧ୍ୟରେ ବୈଧତା ସରିଥିବା ଗାଡିର ଡ୍ରାଇଭିଂ ଲାଇସେନ୍ସ୍ସ, ଆରସି, ଫିଟନେସ୍, ପଞ୍ଜିକରଣ, ପରମିଟ୍, ପ୍ରଦୁଷର ସାର୍ଟିଫିକେଟ୍ ପରି କାଗଜପତ୍ରର ବୈଧତାକୁ କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ୨୦୨୦ ଜୁନ ୩୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । କିନ୍ତୁ ଦ୍ୱିତୀୟ ଥର ପାଇଁ ପୁଣି ବଢ଼ାଯାଇଥିଲା । ତେବେ ଆଜିକୁ ମିଶାଇ ତୃତୀୟ ଥର ପାଇଁ ବୃଦ୍ଧି କରାଯାଇଛି ।