(ମମତା ସାମଲ)ରିପୋର୍ଟସଟୁଡେ: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନନ୍ଦିକା ନିକଟରେ ଏକ ଅଟୋକୁ ବସ ଧକ୍କା ଦେଇଛି । ଫଳରେ ଜଣେ ନାବାଳକ ପ୍ରାଣ ହରାଇଛି । ଏହା ସହ ଦୁଇଟି ଗୋରୁଙ୍କର ମଧ୍ୟ ମୃତ୍ୟୁ ହୋଇଛି । ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ଗତକାଲି ବିଳମ୍ବିତ ରାତିରେ ଦ୍ରୁତ ଗତିରେ ଆସୁଥିବା କାଳିଆ ନନା ନାମକ ଏକ ବସ୍ ଗୋରୁ ବୋଝେଇ ଡାଲା ଅଟୋକୁ ଧକ୍କା ଦେଇଥିଲା । ୬୦ ନମ୍ବର ଜାତୀୟ ରାଜପଥରେ ଥିବା ସାଇରାମ ଢାବା ନିକଟରେ ଅଟୋ ଓ ବସ୍ ପରସ୍ପର ସହିତ ଧକ୍କା ହୋଇଥିଲା । ଫଳରେ ନାବାଳକ ଜଣକ ପ୍ରାଣ ହରାଇଛନ୍ତି । ତାଙ୍କର ଘର ପଶ୍ଚିବାଡ଼ ଗ୍ରାମରେ । ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି । ଅଟୋରେ ଗୋରୁ ଚୋରା ଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି । ଜଳେଶ୍ୱର ପୋଲିସ୍ ତଦନ୍ତ ଆରମ୍ଭ କରିଛି ।
ସେପଟେ ରାୟଗଡ଼ା କଲ୍ୟାଣସିଂହପୁର ବେଲକଣା ନିକଟରେ ଭାରସାମ୍ୟ ହରାଇ କାର୍ ଓଲଟି ପଡ଼ିଛି । ସେଥିରେ ଥିବା ଜଣେ ଡାକ୍ତର ଓ ଫାର୍ମାସିଷ୍ଟ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ରାୟଗଡ଼ାରୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।