ଭୁଲ ଇଂଜେକସନ ନେଲା ଶିଶୁକନ୍ୟାର ଜୀବନ

0

ଋିପୋଟର୍ସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି)- ଭୁୂଲ ଇଂଜେକସନ ଯୋଗୁଁ ଚାଲିଗଲା ୬ବର୍ଷ ଶିଶୁ କନ୍ୟାର ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ନିଆଳିର ଏକ ଘରୋଇ ହସ୍ପିଟାଲରେ ଘଟିଛି ।
ସୂଚନାନୁଯାୟୀ ବାଲିପାଟଣା ଥାନା ଦରଡା ଗାଁର ୬ବର୍ଷର ଶିଶୁକନ୍ୟା ସୀମା ନାୟକ । ତାକୁ ବହୁ ଦିନ ହେବ ଜ୍ୱର ହେଉଥିବାରୁ ପରିବାର ଲୋକେ ତାଙ୍କୁ ନିଆଳିରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଚିକିତ୍ସା ଚାଲିଥିବା ବେଳେ ଡାକ୍ତର ତାଙ୍କୁ ଭୁଲ ଇଂଜେକସନ ଦେବାରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ସ୍ଥାନୀୟ ଥାନା ଅଧିକାରୀମାନେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ପରିବେଶକୁ ନିୟନ୍ତ୍ରଣ କରିଛନ୍ତି । ତେବେ ଶବ ବ୍ୟବଚ୍ଛେଦ ପରେ ଘଟଣାର ତଦନ୍ତ ଆରମ୍ଭ ହେବ ବୋଲି ପୋଲିସ କହିଛି ।