ଗଣଦୁଷ୍କର୍ମ ପରେ ନାବାଳିକାଙ୍କୁ ହତ୍ୟା

0

ମେରଠ: ଉତ୍ତର ପ୍ରଦେଶରେ ଥମୁନି ଗଣଦୁଷ୍କର୍ମ ଓ ହତ୍ୟା ଘଟଣା । ପୁଣି ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ଏପରି ଘଟଣା ଘଟିଛି ମେରଠରେ । ଗଣଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ନାବାଳିକା ଜଣେ ଦଶମ ଶ୍ରେଣୀର ଛାତ୍ରୀ । ଦୁର୍ବୃତ୍ତମାନେ ଗଣଦୁଷ୍କର୍ମ ପରେ ନାବାଳିକାଙ୍କୁ ହତ୍ୟା କରିବାକୁ ବିଷ ପିଆଇ ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କ ମୃତ୍ୟୁ ହୋଇଛି । ପରିବାର ପକ୍ଷରୁ ୪ ଜଣଙ୍କ ନାମରେ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ରୁଜ୍ଜୁ କରାଯାଇଛି ।
ମେରଠ ଥାନା ଅଧୀନ ସରଧନା ଅଞ୍ଚଳ କପାସାଡ ଗାଁର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଘରୁ ଟ୍ୟୁସନ ପାଇଁ ଯାଉଥିବା ବେଳେ ରାସ୍ତାରୁ ତାଙ୍କୁ ୪ ଜଣ ଯୁବକ ଅପହରଣ କରି ନେଇ ତାଙ୍କ ସହ ଗଣ ଦୁଷ୍କର୍ମ କରିଥିଲେ । ଏହାପରେ ତାଙ୍କୁ ବିଷ ପିଆଇ ଦେଇଥିଲେ । ବହୁ କଷ୍ଟରେ ଛାତ୍ରୀ ଘରେ ପହଞ୍ଚିଥିଲେ ମଧ୍ୟ ନିଶାସକ୍ତ ଅବସ୍ଥାରେ ଥିଲେ । ଘରେ ପହଞ୍ଚି ସେ ଘରଲୋକଙ୍କୁ ସବୁ କଥା କହିଥିଲେ। ଘରଲୋକ ତାଙ୍କୁ ନେଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା।