ନୟାଗଡରେ ପୁଣି ଲଜ୍ୟା ନାବାଳିକାକୁ ଦୁଷ୍କର୍ମ କଲେ ଦୁଇ ଯୁବକ

0

(ମାନସ ପ୍ରଧାନ) : ଅଷ୍ଟମୀ ପୁଜା ପାଇଁ ଚଳଚଚଂଳ ହୋଇପଡିଥିଲା ନୟାଗଡର ନୂଆଗାଁ ବଜାର, ମା’ ଙ୍କ ପୂଜାରେ ସମସ୍ତେ ଲାଗିପଡିଥିଲେ, ଘରେ ଘରେ ଚାଲିଥିଲା ପୂଜାର୍ଛନ କିନ୍ତୁ ସେଇସମୟରେ ଘଟିଥିଲା ଏକ ଅଭାବନୀୟ ଘଟଣା । ନୟାଗଡ ନୁଆଗାଁ ଥାନା ଅଚଂଳରେ ୮ମ ଶ୍ରେଣୀ ଛାତ୍ରୀ ଟିଉସନ ସାରି ଫେରୁଥିବା ବେଳେ ଏହି ଛାତ୍ରୀଙ୍କୁ ୨ଜଣ ଦୁର୍ବୁତ୍ତ ଅପହରଣ କରିନେଇଥିଲେ, ଅପହରଣ ପରେ ବାରମ୍ବର ଦୁସ୍କର୍ମ କରିଥିଲେ ପରେ ଗ୍ରାମବାସୀଙ୍କ ଦ୍ଵାରା ନାବାଳିକା ଉଦ୍ଧାର ହୋଇ ଚେତାଶୂନ୍ୟ ଅବସ୍ଥାରେ ଜିଲ୍ଲାମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲା ।

କିନ୍ତୁ ପରେ ଜଣେ ଦୁର୍ବୁତ୍ତଙ୍କୁ ଧରି ଗ୍ରାମବାସୀ ନିର୍ଦ୍ଧୁମ ପିଟିବାସହ ପୋଲିସର ଜିମା ଦେଇଛନ୍ତି । ଏନେଇ ନାବାଳିକାର ବାପା ନୁଅ।ଗାଁ ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ତଦନ୍ତ ଅ।ରମ୍ଭ କରିଛି । ନୟାଗଡ ଏସପି ଶଶିଭୁଶଣ ଶତପଥି ଡାକ୍ତରଖାନାରେ ପହଚିଂ ନାବାଳିକାର ସ୍ଵାସ୍ତ୍ୟବସ୍ତା ବୁଝିବାସହ ପରିସ୍ତିତି ଅନୁଧ୍ୟାନ କରିଛନ୍ତି । ସେପଟେ ଏଘଟଣାରେ ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ନୂଆଗାଁ ପୋଲିସ ।