ଛାତ୍ରୀନିବାସରେ ଗର୍ଭବତୀ ପ୍ରସଙ୍ଗକୁ ବିଜେପି କଂଗ୍ରେସର ନିନ୍ଦା

0

(ତ୍ରିଲୋଚନ ରାଉତ)ଭୁବନେଶ୍ୱର: ଆଜି ବିଧାନସଭା ପ୍ରଶ୍ନକାଳରେ ଭୁବନେଶ୍ୱର ଛାତ୍ରୀନିବାସ ଅନ୍ତେବାସିନୀ ଗର୍ଭବତୀ ହେବା ପ୍ରସଙ୍ଗ ଘଟଣାକୁ ଦୃଢ ନିନ୍ଦା କରିଛି କଂଗ୍ରେସ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତି କହିଛନ୍ତି ଯେ ନବୀନ ପଟ୍ଟନାୟକ ସବୁବେଳେ ସ୍ଳୋଗାନ ଦେଉଛନ୍ତି କି ମାଆ ମାନଙ୍କୁ ସମ୍ମାନ ଦିଅ ।ଏଥି ସହ ଏସଏଜି ମହିଳା ମାନଙ୍କ ଉନ୍ନତି କଥା କହୁଛନ୍ତି । କିନ୍ତୁ ଓଡ଼ିଶାରେ ନାବାଳିକା ସୁରକ୍ଷିତ ନୁହଁନ୍ତି ।ଏଭଳି ଘଟଣା ଉପରେ ସରକାର ସଚେତନ ନାହାନ୍ତି ବୋଲି କଂଗ୍ରେସ କହିଛି ।ଏହି ଘଟଣା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଏବଂ ତଦନ୍ତ ଦାବି କରିଛି କଂଗ୍ରେସ ।
ସେହିପରି ବିଜେପି ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛି ଓ ଏହି ଘଟଣ।।ରେ ଜଡ଼ିତ ଥିବା ସମସ୍ତ ଦୋଷୀଙ୍କୁ ଧରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।