ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକଙ୍କ ବରିଷ୍ଠ ନାଗରିକଙ୍କୁ ଦୁବ୍ୟବହାର

0

(ଗୋପ / ଜୟନ୍ତ କୁମାର ସେଠୀ ): ରାଜ୍ୟ ସରକାର ବରିଷ୍ଠ ନାଗରିକ ମାନଙ୍କୁ ସମ୍ମାନ ଓ ସମସ୍ତ ସୁବିଧା ସୁଯୋଗ ଦେଉଥିବା ବେଳେ ସତ୍ୟବାଦୀ ଶାଖା ଷ୍ଟେଟ ବ୍ୟାଙ୍କ ଶାଖା ପରିାଚାଳକ ଜଣେ ବରିଷ୍ଠ ନାଗରିକଙ୍କୁ ଦୁବ୍ୟବହାର କରିଥିବା ଜଣାପଡିଛି ।
ସୁଚନାଯୋଗ୍ୟ ଯେ ଜଣେ ଉଚ୍ଚ ରକ୍ତଚାପ, ମଧୁମେହ, ଶ୍ୱାସ ଆଦି ବରିଷ୍ଠ ନାଗରିକ ସାକ୍ଷୀଗୋପାଳ ଷ୍ଟେଟବ୍ୟାଙ୍କ ଶାଖା କାର୍ୟ୍ୟାଳୟ ଠାରେ ଥିବା ଏଟିଏମରୁ ଟଙ୍କା ଉଠାଇବା ପାଇଁ ଦୀର୍ଘ ଦୁଇଘଣ୍ଟା ଧରି ଲମ୍ବା ଲାଇନିରେ ଠିଆ ହୋଇଥିଲେ । ତାଙ୍କ ପାଳି ଆସିବାରୁ ସେ ବ୍ୟାଙ୍କର ନିୟମ ଅନୁଯାୟୀ ଟଙ୍କା ଉଠାଇବା ସମୟରେ ଇଣ୍ଟରନେଟ କଟିଗଲା । ମାତ୍ର ତାଙ୍କ ଆକାଉଣ୍ଟରୁ ୩ ହଜାର ଟଙ୍କା ଉଠିଥିବା ମେସେଜ ମୋବାଇଲିକୁ ଆସିଲା । ଗୋଟିଏ ପଟେ ଟଙ୍କା ମିଳିଲା ନାହିଁ ଅନ୍ୟ ପକ୍ଷେ ଆକଉଣ୍ଟରୁ ଟଙ୍କା କଟିଗଲା । ଏହି ଦୁଃଖରେ ସେ କିଛି ବୁଝିବା ପାଇଁ ବ୍ୟାଙ୍କର ଶାଖା ପରିଚାଳକଙ୍କୁ ଏ ସମ୍ପର୍କରେ ଗୁହାରି କରିବାରୁ ତାଙ୍କୁ ବ୍ୟାଙ୍କ ପରିଚାଳକ ଦୁବ୍ୟବବହାର କରିଥିବା ନେଇ ଦୁଖଃଭରା କୋହରେ କହନ୍ତି । ସାତ ତାରିଖ ଠାରୁ ମାସକ ମଧ୍ୟରେ ଯାହା କିଛି ହେବ । ଆମେ କିଛି କରି ପାରିବୁ ନାହିଁ ବୋଲି ଶାଖା ପରିଚାଳକ ରୋକଠୋକ ଭାବେ ନାସ୍ତିବାଣି ଶୁଣାଇଥିଲେ । ବରିଷ୍ଠ ନାଗରିକ ଜଣଙ୍କ ତାଙ୍କର ମେଡିସିନ ପାଇଁ ଟଙ୍କା ଦରକାର ବୋଲି ଶାଖା ପରିଚାଳକଙ୍କୁ ନେହୁରା ହୋଇ କହିବା ପରେ ସେ ଅଧିକ ରାଗିଯାଇ କହିଥିଲେ ମୁଁ କ’ଣ ନିଜ ପକେଟରୁ ଟଙ୍କା ଦେବି କି ବୋଲି ପ୍ରଶ୍ନ? ପଚାରିଥିଲେ । ଅଭିଯୋଗ କର, ଟୋଲ ଫ୍ରି ନମ୍ବରରେ ଫୋନ କରି ଜଣାଅ ବୋଲି କହିଥିଲେ । ଏ ସମ୍ପର୍କରେ ବ୍ୟାଙ୍କ ଶାଖା ପରିଚାଳଙ୍କୁ ପଚାରିବାରୁ ସେ କହନ୍ତି ଲିଙ୍କ ଫେଲ ହୋଇଯାଇଛି ମୁଁ ଜାଣିଛି । ମାତ୍ର ସେ ବରିଷ୍ଠ ନାଗରିକଙ୍କ କଥା ପଚାରିବାରୁ ସେ କଥାକୁ ଆଡେଇ ଦେଇ ଷ୍ଟେଟବ୍ୟାଙ୍କର ବ୍ୟବସ୍ଥା ଏହି ପରି ବୋଲି କହିଥିଲେ । ଟଙ୍କା ଜମା କରିବା ସମୟରେ ଯଦି କିଛି ଅସୁବିଧା ହୁଏ ସେ ବିସୟରେ ଆମେ ବୁଝିବୁ । ମାତ୍ର ଏଟିଏମ ମାଧ୍ୟମରେ ଟଙ୍କା ଉଠାଇବା ସମୟରେ କିଛି ଅସୁବିଧା ହେଲେ ସେ କଥା ଶାଖା ପରିଚାଳକ ବୁଝିବେ ନାହିଁ ବୋଲି ରୋକଠୋକ କହିଥିଲେ । ସବୁଠାରୁ ବଡ କଥା ଯେଉଁଠି ରାଜ୍ୟର ମୁଖ୍ୟମନ୍ତ୍ରୀ ବରିଷ୍ଠ ନାଗରିକ ମାନଙ୍କୁ ସମ୍ମାନ ଦେଉଛନ୍ତି । ସେ ଯାଗାରେ ଜଣେ ବ୍ୟାଙ୍କ ଶାଖା ପରିଚାଳକଙ୍କ ବ୍ୟବହାରକୁ ନେଇ ବିଭିନ୍ନ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ଏହାକୁ ଘୋର ନିନ୍ଦା କରିଛି । ତୁରନ୍ତ ଶାଖା ପରିଚାଳକଙ୍କ ବିରୁଧରେ ଦୃଢ଼ କାର୍ୟ୍ୟନୁଷ୍ଠାନ ଗ୍ରହଣ କରିବାକୁ ବ୍ୟାଙ୍କର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ବରିଷ୍ଠ ନାଗରିକ ସଂଘ ନିବେଦନ କରିଛନ୍ତି । ନଚେତ ଆଗାମୀ ଦିନରେ ବ୍ୟାଙ୍କ ଆଗରେ ବରିଷ୍ଟ ନାଗରିକ ମାନେ ଧାରଣା ଦେବାକୁ ପଛାଇବେ ନାହିଁ ବୋଲି ଜଣାପଡିଛି ।