ବିଜେପି ମହିଳା ମୋର୍ଚ୍ଚା ନେତ୍ରୀଙ୍କୁ ଅସଦାଚରଣ ଅଭିଯୋଗ

0

(ସୌମ୍ୟ ରଞ୍ଜନ ସେଠୀ) : ନବୀନ ନିବାସ ଆଗରେ ବିଜେପି ମହିଳା ମୋର୍ଚ୍ଚାର ନେତ୍ରୀଙ୍କୁ ଅସଦାଚରଣ ଅଭିଯୋଗ। ମହିଳା ମୋର୍ଚ୍ଚାର କର୍ମୀ ଓ ନେତ୍ରୀଙ୍କୁ ପୁଲିସ ରାଜମହଲ ଛକରେ ଅଟକାଇଥିବା ବେଳେ କିଛି ନେତ୍ରୀ ଅଲଗା ରାସ୍ତାରେ ଯାଇ ନବୀନ ନିବାସ ପାଖରେ ପହଁଞ୍ଚିଯାଇଥିଲେ। ତେବେ ସେଠାରେ ମୁତୟନ ପୁରଷ ପୁଲିସ ମହିଳା ନେତ୍ରୀଙ୍କୁ ଅଟକାଇବା ବାହାନାରେ ଅସଦାଚରଣ କରିଥିବା ଅଭିଯୋଗ ଆସିଛି ।

କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ମହିଳାଙ୍କ ଉଦ୍ଦେଶ୍ୟରେ ଜଣେ ସ୍ତ୍ରୀ ଙ୍କର ଦୁଇଜଣେ ଲେଖାଁଏ ସ୍ୱାମୀ କଥା କହିବାର ଭାଇରାଲ ଭିଡିଓ ସୋସିଆଲ ମିଡିଆରେ ବୁଲିବା ପରେ ଏହାକୁ ନେଇ ଆନ୍ଦୋଳନ ଡାକରା ଦେଇଥିଲା ବିଜେପି ମହିଳାମୋର୍ଚ୍ଚା । ଗତକାଲି ନାରୀନେତ୍ରୀ ମାନେ ନବୀନ ନିବାସ ଘେରାଉ ଡାକରା ଦେଇ ନବୀନ ନିବାସ ଆଡେ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା କଥା ସିଧା ଅଭିଯୋଗ ଆଣିଛନ୍ତି ଦଳର ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ପୋଲିସର ଏପରି କାମକୁ ପଶୁ ତୁଲ୍ୟ ଏପରିକି ଏହା ଅତ୍ୟନ୍ତ ଘୂଣ୍ୟ କାମ ବୋଲି କହିଛନ୍ତି ଶ୍ରୀମତୀ ସାମନ୍ତସିଂହାର ।

ପ୍ରଶ୍ନ ଉଠିଛି ଏପରିକି ଓଡିଶା ପୋଲିସ ବିରୋଧରେ ଏପରି ଅଭିଯୋଗ ବାରମ୍ବାର ଆସୁଥିଲେ ମଧ୍ୟ ପୋଲିସ ବିଭାଗର ମୁଖିଆ ତଥା ଗୃହ ବିଭାଗର ମନ୍ତ୍ରୀ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀରବ କଣ ପାଇଁ । ଗୋଟିଏ ପଟେ ବିଜେଡି ସିଧାସଳଖ ଭାବେ ମାକୁ ସମ୍ମାନ କଥା କହୁଥିବା ବେଳେ ଅନ୍ୟପଟେ ମନ୍ତ୍ରୀ ପ୍ରଦୀପ ମହାରଥୀ ଅରୁଚିକର ମନ୍ତବ୍ୟ ଦେବା, ଏହା କେତେ ଦୂର ଠିକ , ଏହାର ପ୍ରତିବାଦ କରିବାରୁ ନାରୀନେତ୍ରୀ ମାନଙ୍କୁ ଯେପରି ଢଙ୍ଗରେ ପୁରୁଷ ପୋଲିସ ମାନେ ରୋକିଲେ ଓ ଠେଲାପେଲା କଲେ ଏହାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।