ବ୍ୟୁରୋ : ଏବେବି ମନରୁ ଲିଭିନି ଆର୍ ଜି କର ଘଟଣା । ହେଲେ ପୁଣି ପିପାସୁ ନଜରରେ ଜୁନିୟର ଡାକ୍ତରାଣୀ । ବ୍ୟାକ୍ ପେପର୍ ପରୀକ୍ଷା ଦେବା ପାଇଁ କଲେଜ ଯିବା ହେଲା କାଳ । ମଧ୍ୟପ୍ରଦେଶର ଗ୍ୱାଲିୟର ମେଡିକାଲ କଲେଜର ବଏଜ ହଷ୍ଟେଲରେ ଅଘଟଣ ଘଟିଛି । ସୂଚନା ଅନୁସାରେ, ରବିବାର ଦିନ ବ୍ୟାକ୍ ପେପର୍ ପରୀକ୍ଷା ଦେବା ପାଇଁ ଗ୍ୱାଲିୟର ଆସିଥିଲେ । ସନ୍ଧ୍ୟାରେ ସହକର୍ମୀଙ୍କ ସହ କଲେଜର ବଏଜ ହଷ୍ଟେଲକୁ ଯାଇଥିଲେ । ସେଠାରେ ଦୁଷ୍କର୍ମର ଶିକାର ହୋଇଥିଲେ । ଡାକ୍ତରାଣୀଙ୍କୁ ଦୁଷ୍କର୍ମ କରିବା ପରେ ସାଥୀ ଡାକ୍ତର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।
ପ୍ରକାଶ ଯୋଗ୍ୟ ଯେ, ପୀଡ଼ିତା ଜୁନିଅର ଡାକ୍ତରାଣୀଙ୍କ ବୟସ ୨୫ବର୍ଷ । ଏନେଇ ଡାକ୍ତରାଣୀ ରବିବାର ସନ୍ଧ୍ୟାରେ ଗ୍ୱାଲିଅରର କମ୍ପୁ ପୁଲିସ ଷ୍ଟେସନରେ ପହଞ୍ଚି ଅଭିଯୋଗ କରି କରିଥିଲେ, ‘ମୁଁ ଏମବିବିଏସର ଶେଷ ବର୍ଷର ବ୍ୟାକ ଥିବା ପେପରର ପରୀକ୍ଷା ଦେବା ପାଇଁ ଦାତିୟାରୁ ଗ୍ୱାଲିଅର ଆସିଥିଲି। ପରୀକ୍ଷା ଶେଷ ହେବା ପରେ ଗ୍ୱାଲିଅରରେ ପଢ଼ୁଥିବା ମୋର ଜଣେ ସାଥୀ ଡାକ୍ତର ସଞ୍ଜୟ କୁମାର ଇଭାନେଙ୍କୁ ଭେଟିଥିଲି। କିଛି ସମୟ ସେ ମୋ ସହ କଥା ହେବାପରେ ମୋତେ ପୁରୁଣା ବଏଜ ହଷ୍ଟେଲରେ ଥିବା ତାଙ୍କ କୋଠରିକୁ ନେଇ ଯାଇଥିଲେ। ସେଠାରେ ମୋତେ ହତ୍ୟା ପାଇଁ ଧମକ ଦେଇ ଦୁଷ୍କର୍ମ କରିଥିଲେ। ମୁଁ ବହୁତ କଷ୍ଟରେ ତାଙ୍କ କବଳରୁ ମୁକୁଳି ଆସି ଲୋକଲଜ୍ଜାକୁ ଖାତିର ନକରି ପୁଲିସରେ ଅଭିଯୋଗ କରିଛି।