କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଖୋକସା ଗାଁରେ ଗୋଟିଏ ରାତିରେ ୨ଟି ମନ୍ଦିରରୁ ଲକ୍ଷାଧିକ ଟଙ୍କା ଲୁଟିଲେ ଦୁର୍ବୃତ୍ତ । ସୂଚନାଥାଉ କି, ଚୋରି ହୋଇଥିବା ୨ଟି ମନ୍ଦିର ଯଥା ଖୋକସା ଗାଁର ଶିବ ମନ୍ଦିର ଓ କଙ୍ଗେଇଲୋ ଗାଁର ଗଶେଶ ମନ୍ଦିରରେ ଚୋରି ହୋଇଛି । ଏହି ୨ମନ୍ଦିରରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଚୋରି ସହ ଆସବାପତ୍ର ନେଇଛନ୍ତି । ଏନେଇ କିଛି ଗ୍ରାମବାସୀ ଥାନାରେ ଏତଲା ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ôଚ ତଦନ୍ତ ଚଳାଇଛି । ଏଯାଏଁ ପୁଲିସ ଦୁର୍ବୃତ୍ତଙ୍କ କୌଣସି ଖବର ପାଇନାହିଁ ।