ମୁମ୍ବାଇ: ଘେଷେଣା ହୋଇଛି ମିସ ୟୁନିଭର୍ସ ୨୦୨୪ ö ଚଳିତ ବର୍ଷର ମିସ ୟୁନିଭର୍ସର ବିଜେତା ହେଉଛି ମିସ ଡେନମାର୍କ ଭିକ୍ଟୋରିଆ କଜେର୍ । ମିସ ୟୁନିଭର୍ସ ୨୦୨୪ ବିୟୁଟି କଣ୍ଟେଷ୍ଟର ୭୩ତମ ସଂସ୍କରଣ ମେକ୍ସିକୋର ଆରେନା ସିଡିଏମଏକ୍ସ, ମେକ୍ସିକୋ ସିଟିରେ ଅନୁଷ୍ଠିତ ହୋଇଥିଲା । ୨୧ ବର୍ଷୀୟ ଭିକ୍ଟୋରିଆ ୧୨୫ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇଥିଲେ । ମିସ ୟୁନିଭର୍ସ ୨୦୨୪ ର ଗ୍ରାଣ୍ଡ ଫିନାଲରେ ଭାରତର ରିୟା ସିଙ୍ଗା ମଧ୍ୟ ଅଂଶଗ୍ରହଣ କରିଥିଲେ, ଯିଏ ଶ୍ରେଷ୍ଠ ୩୦ରେ ସ୍ଥାନ ପାଇଥିଲେ, କିନ୍ତୁ ଶ୍ରେଷ୍ଠ ୧୨ରେ ପ୍ରବେଶ କରିପାରି ନ ଥିଲେ।
ସୂଚନାଯୋଗ୍ୟ, ଚଳିତ ବର୍ଷ ୧୨୫ ଟି ଦେଶରୁ ପ୍ରତିଯୋଗୀମାନେ ଏଥିରେ ଭାଗ ନେଇଥିଲେ। ଗତ ବର୍ଷର ମିସ ୟୁନିଭର୍ସ ବିଜେତା ନିକାରାଗୁଆର ଶେନିସ ପାଲାସିଓସ ଚଳିତ ବର୍ଷର ମିସ ୟୁନିଭର୍ସ ବିଜେତା ଭିକ୍ଟୋରିଆ କେଜର୍ ଥେଲଭିଗଙ୍କୁ ବିଜେତା ଭାବରେ ମୁକୁଟ ପିନ୍ଧାଇଥିଲେ। ଏଥର ମିସ ୟୁନିଭର୍ସର ମୁକୁଟ ଅତ୍ୟନ୍ତ ସ୍ବତନ୍ତ୍ର, ଯାହାର ନାମ ‘ଲୁମିଏରେ ଦେ ଇନଫିନି’ ରଖାଯାଇଛି। ଏହାର ଅର୍ଥ ଆଲୋକର ଅସୀମତା । ଏହି ମିସ ୟୁନିଭର୍ସ ମୁକୁଟ ମହିଳା ସଶକ୍ତିକରଣର ପ୍ରତିନିଧିତ୍ୱ କରେ ଏବଂ ଏହା ହୀରା ସହିତ ୨୩ ଟି ସୁବର୍ଣ୍ଣ ମୋତି ସହିତ ସୁସଜ୍ଜିତ। ସୂଚନା ଅନୁସାରେ ଏହି ସୁବର୍ଣ୍ଣ ମୋତି ଦକ୍ଷିଣ ସାଗରରୁ ଅଣାଯାଇଛି ଏବଂ ପାରମ୍ପାରିକ କୌଶଳ ବ୍ୟବହାର କରି ଏହାକୁ ୨ ବର୍ଷ ମଧ୍ୟରେ ଫିଲିପାଇନ୍ସ କାରିଗରମାନେ ପ୍ରସ୍ତୁତ କରିଛନ୍ତି।