ନିଖୋଜ ଡାକ୍ତର ଅମ୍ଲାନ ଭୋଇ କର୍ଣ୍ଣାଟକରେ ଠାବ

0

ମାଲକାନଗିରି: ନିଖୋଜ ଡାକ୍ତର ଅମ୍ଲାନ ଭୋଇ କର୍ଣ୍ଣାଟକରେ ଠାବ । କାଲିମେଳାରୁ ଅପହୃତ ହୋଇଥିବା ଡାକ୍ତର ଅମ୍ଳାନଙ୍କ ପତ୍ତା ମିଳିଲା । ତାଙ୍କୁ କର୍ଣ୍ଣାଟକରୁ ଠାବ କରିଛି ପୋଲିସ । ଏନେଇ ସୂଚନା ଦେଲେ ମାଲକାନଗିରି ଏସପି । ଏବେ ଡାକ୍ତର ଅମ୍ଳାନଙ୍କୁ ମାଲକାନଗିରିକୁ ଆଣିବାକୁ ପ୍ରକ୍ରିୟା ଚାଲିଛି । ତେବେ ଏକ ଶବ ବ୍ୟବଚ୍ଛେଦକୁ କେନ୍ଦ୍ର କରି ଡାକ୍ତର ଅମ୍ଳାନଙ୍କୁ ଅପହରଣ କରି ନିଆଯାଇଥିଲା । କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ୟ୍ୟରତ ଥିଲେ ଅମ୍ଲାନ ।
ଗତ ୧ ତାରିଖ ରାତିରୁ ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମ୍ଲାନ କୁମାର ଭୋଇ ନିଖୋଜ ହୋଇଥିଲେ । ମୋବାଇଲ ଟ୍ରାକ କରିବା ପରେ ଡାକ୍ତର ଅମ୍ଲାନ କର୍ଣ୍ଣାଟକରେ ରହିଥିବା ଜଣାପଡିଛି । ପରେ ମାଲକାନଗିରି ପୋଲିସ ରିପୋର୍ଟ କ୍ରମେ କର୍ଣ୍ଣାଟକ ପୋଲିସ ତାଙ୍କୁ ଠାବ କରିବା ସହ ଥାନାରେ ଅଟକ ରଖିଛନ୍ତି । ମାଲମାନଗିରିରୁ ଏକ ପୋଲିସ ଟିମ କର୍ଣ୍ଣାଟକ ଯାଇଛନ୍ତି ଡାକ୍ତର ଅମ୍ଲାନ କୁମାର ଭୋଇଙ୍କୁ ଆଣିବା ଲାଗି । ମାଲକାନଗିରି ପହଞ୍ଚିବା ପରେ ଅପହରଣର ସମସ୍ତ ତଥ୍ୟ ପଦାକୁ ଆସବ ।