(ଶିଳାସ୍ମିତା ରାୟ) ଭୁବନେଶ୍ୱର: ନକ୍ସଲ ସନ୍ଦେହରେ ବିଏସଏଫ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା, ଧୂଳିପୁଟ ପଞ୍ଚାୟତର ରରାଙ୍ଗିଣୀଗୁଡା ଗ୍ରାମର ଜଣେ ବ୍ୟକ୍ତିକୁ ଉଠାଇ ନେଇଥିଲେ । ଆଜି ଉକ୍ତ ବ୍ୟକ୍ତିଙ୍କ ମୃତଦେହ ଜନ୍ତାପାଲ ଗ୍ରାମ ନିକଟରୁ ଉଦ୍ଧାର କରାଯାଇଛି ।
ସୂଚନା ଅନୁଯାୟୀ, ରାଜୁ ହନ୍ତାଳ ଗତ ଶୁକ୍ରବାର ସାପ୍ତାହିକ ହାଟକୁ ଯାଇ ଆଉ ଘରକୁ ଫେରି ନଥିଲେ । ତାଙ୍କୁ ନକ୍ସଲ ସନ୍ଦେହ କରି ବିଏସଏଫ୍ ଯବାନମାନେ ଉଠାଇ ନେଇଥିଲେ। ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତା ମିଳନଥିଲା । ଆଜି ଜନ୍ତାପାଲ ଅଙ୍ଗନବାଡି କେନ୍ଦ୍ରରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଏସଂପର୍କରେ ଖବରପାଇ ବିଚ୍ଛିନ୍ନାଞ୍ଚଳ ପେପରମେଟଲା ଥାନା ଅଧିକାରୀ ସେଠାରେ ପହଞ୍ଚି ଶବକୁ ଉଦ୍ଧାର କରିବାସହ ବ୍ୟବଚ୍ଛେଦ ଲାଗି ପଠାଇଛନ୍ତି। ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ଥାନା ଅଧିକାରୀ କହିଛନ୍ତି। ତେବେ ନକ୍ସଲ ଓ ପୁଲିସ ଇନଫମୟର ସନ୍ଦେହରେ ଅନେକ ନିରୀହ ଗ୍ରାମବାସୀ ସୁରକ୍ଷା ଦଳ ଓ ନକ୍ସଲଙ୍କ ଗୁଳିର ଶୀକାର ହେଉଛନ୍ତି ।