ଏମକେସିଜି ମେଡିକାଲ କଲେଜ ଛାତ୍ରଙ୍କୁ ରାଗିଂ ଘଟଣା: ୫ସିନିଅର ଛାତ୍ରଙ୍କୁ କ୍ୟାମ୍ପସ ମନା

0

ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଛାତ୍ରଙ୍କୁ ରାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ । ରାଗିଂରେ ସମ୍ପୃକ୍ତ ୫ ଜଣ ସିନିୟର ଛାତ୍ରଙ୍କୁ ହଷ୍ଟେଲ ଏବଂ କ୍ୟାମ୍ପସରୁ ୬ ମାସ ପାଇଁ ବିତାଡିତ କରାଯିବ । ଆଣ୍ଟି ରାଗିଂ ସେଲ୍ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଥିବା କହିଲେ କଲେଜ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସୁଚିତ୍ରା ଦାସ ।

୫ ଜଣ ସିନିୟର ଛାତ୍ରଙ୍କ ବିରୁଦ୍ଧରେ ପୋଲିସ ଥାନାରେ ହେବ ମାମଲା । ଗଣମାଧ୍ୟମକୁ ସୂଚନା ଦେଲେ ବ୍ରହ୍ମପୁର ଏସପି ଆଉ ଏକ ରାଗିଂ ନେଇ ଏନଏମସିରେ ଅଭିଯୋଗ ହୋଇଥିବା ନେଇ କଲେଜ ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।