ଭୁବନେଶ୍ୱର: ହାରିବା ପରେ ବି ପ୍ରକଳ୍ପ ଉଦଘାଟନ ରେ ପୂର୍ବତନ ମନ୍ତ୍ରୀ ଉପସ୍ଥିତ ଓ ନାମ ଫଳକ ରେ ନାମ ରହିବା ନେଇ ଗୃହ ରେ ଉଦବେଗ ପ୍ରକାଶ କଲେ ଭୁବେନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ । ସରକାର ରୁ ଗଲା ପରେ ବି ବିଜେଡି ବିଧାୟକ ଯାଇନି ହ୍ୟାଙ୍ଗ ଓଭର । ସାଇନ ବୋର୍ଡ ରେ ନାମ ଲେଖିବା ପାଇଁ ଆଗ୍ରହୀ । ରାଜ୍ୟ ରାଜଧାନୀ ରେ ଘଟିଛି ଏଭଳି ଘଟଣା । ଲକ୍ଷ୍ମୀ ସାଗର ମଶାଣି ଉଦଘାଟନ କରିବା ପାଇଁ ପଂହଁଚି ଥିଲେ ପୂର୍ବତନ ମନ୍ତ୍ରୀ । ସାଙ୍ଗରେ ଥିଲେ ମେୟର ଓ ଅଫିସର । ବୋର୍ଡ ରେ ବଡ଼ ବଡ଼ ଭାବେ ଲେଖା ଥିଲା ତାଙ୍କ ନାମ । ଲୋକ ପ୍ରତ୍ୟାଖ୍ୟାନ କରିବା ପରେ ବି ଫଳକ ରେ ନାମ ଲେଖିବା ନେଇ ଆଗ୍ରହୀ | କେତେ ବୋର୍ଡ ଅଛି ଲେଖିବା ପାଇଁ କୁହନ୍ତୁ ତା ପରେ ଆମେ ସରକାର ରେ ବସିବୁ । ବର୍ତ୍ତମାନ ଛାୟା ନା ବାୟା ସରକାର ଗଢିଛି ବିଜେଡି । ଏଭଳି ଅଭିଯୋଗ ଆଣିଲେ ବାବୁ ସିଂ । ପୁନରାବୃତ୍ତି ନ ହେବା ପାଇଁ ଦାବି କଲେ ବିଧାୟକ ।