ଭୁବନେଶ୍ୱର : ଜୁନାଗଡ଼ର ବିଜେଡି ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି। ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଡେକୋଟା ଗ୍ରାମର ଜଣେ ମହିଳାଙ୍କ ସହିତ ବାହା ହେବେ ବୋଲି ସୂଚନା ମିଳିଛି।
ଚଳିତ ମାସ ଶେଷ ସପ୍ତାହରେ ପୁରୀରେ ବିବାହ କାର୍ଯ୍ୟକ୍ରମର ଆୟାଜନ କରାଯିବ। ପୂର୍ବରୁ ବିଧାୟକ ଜୟପାଟଣା ଅଞ୍ଚଳର ଜଣେ ମହିଳାଙ୍କୁ ବିବାହ କରିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ କୌଣସି କାରଣରୁ ତାଙ୍କର ବିବାହ ବିଚ୍ଛେଦ ଘଟିଥିଲା ।