ବିଷମ କଟକ/ରବିନ୍ଦ୍ର କୁମାର ସାହୁ: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଅନେକ ରାସ୍ତାଘାଟ ଘରଦ୍ବାର ଧଇହଇଛି । ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ସାହାଡା ଗ୍ରାମ ପଞ୍ଚାୟତର ଅଜିଙ୍ଗ ପଦର ଗ୍ରାମର ଚନ୍ଦ୍ର ଦାସ କର୍କୋରିଇଆ ଓ ସାହାଡାଗ୍ରାମ ର ଡମ୍ବୁରୁ ହିଆଲ୍ କ ଦୁଇ ପରିବାରର ଘର କାନ୍ଥ ପଡ଼ି ଘର ଭାଙ୍ଗି ଯାଇଛି। ଯାହାଫଳରେ ଗୋଟିଏ ପରିବାର ପର ବାରଣ୍ଡାରେ ଥିବାବେଳେ ଆଉ ଗୋଟିଏ ପରିବାର ଭଙ୍ଗା ଦଦରା ଘରେ ଦିନ କାଟୁଛନ୍ତି । ଉଭୟ ପରିବାର କୁ ଏହି ଦୁଃଖଦ ଖବର ଶୁଣି ବିଷମକଟକ ବିଧାୟକ ନିଳମାଧବ ହିକକା ଘଟଣାସ୍ଥଳକୁ ଯାଇ ଭେଟିବା ସହ କ୍ଷତିଗ୍ରସ୍ତ ଲୋକଙ୍କୁ ଭେଟି ଆଶ୍ବାସନା ଦେବା ସହ ଘଟଣା ବିଷୟରେ ବିଷମକଟକ ତହସିଲ ପ୍ରଶାସନ ସହ ଆଲଚନା କରିବି ବୋଲି କହିଛନ୍ତି । ତେବେ ବଡକଥା ହେଲା ଡମ୍ବୁରୁ ହିଆଲଙ୍କ ଦୁଇପୁଅ ଦାଦନ ଖଟି ଯାଇଥିବା ବେଳେ ଲଗାଣବର୍ଷା ଯୋଗୁଁ ଘର ଭାଙ୍ଗି ଯାଇଥିବା ଘଟଣା ଅତ୍ୟନ୍ତ ମର୍ମାହତ ଓ ଦୁଃଖ ଦାୟକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏପରି ପରିସ୍ଥିତିରେ ପ୍ରଶାସନ କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ଦେବା ନିହାତି ଜରୁରି ବୋଲି ଗ୍ରାବାସୀମାନେ କୋହିଚନ୍ତି ଉଭୟ ପରିବାର ଗରିବ ଶ୍ରେଣୀର ଅଟନ୍ତି ।