(ଶିଳାସ୍ମିତା ରାୟ) ଭୁବନେଶ୍ୱର: ରାଜନୀତିରେ ଯୁବ ନେତାଙ୍କୁ କିଛି ଦଶନ୍ଧି ଧରି ସମସ୍ତ ଦଳ ପ୍ରାଧାନ୍ୟ ଦେଇ ଆସୁଛନ୍ତି । ରକ୍ତ ଗରମ । ତେଣୁ ଟିକିଏ କିଛି ହେଲେ ଯୁବ ନେତାଏ ଦବଙ୍ଗଗିରି ଆରମ୍ଭ କରିଦେଉଛନ୍ତି । ଓଡିଶାରେ ବିଜେଡିର ପାଟଣାଗଡ ବିଧାୟକ କନିଷ୍ଠ ଯନ୍ତ୍ରୀଙ୍କୁ ବସଉଠ କରାଇ ଏବେ ଜେଲରେ ଥିବା ବେଳେ ସୁନ୍ଦରଗଡ ବିଧାୟିକା ମଧ୍ୟ ଅଧିକାରୀଙ୍କୁ କଥା ନ ମାନିଲେ ବସଉଠ କରାଇବାକୁ ଧମକ ଦେଇଥିଲେ । ମଧ୍ୟ ପ୍ରଦେଶର ବିଜେପି ନେତା କୈଳାଶ ବିଜୟବର୍ଗୀଙ୍କ ବିଧାୟକ ପୁତ୍ର ନଗର ନିଗମ ଅଧିକାରୀଙ୍କୁ ବ୍ୟାଟରେ ପିଟିଲେ । ଏହି ଦବଙ୍ଗ ରାଜନେତାଙ୍କ ଶ୍ରେଣୀରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେଙ୍କ ପୁତ୍ର ତଥା କଂଗ୍ରେସ ବିଧାୟକ ନିଲେଶ ରାଣେ ଓ ତାଙ୍କର ସମର୍ଥକ ଲୋକ ନିର୍ମାଣ ବିଭାଗ(ପିଡବ୍ଲ୍ୟୁଡି) ଇଞ୍ଜିନିୟରଙ୍କ ଉପରେ କାଦୁଅ ଫିଙ୍ଗିଛନ୍ତି ।
ମହାରାଷ୍ଟ୍ରର କଣକବଲି ସିଟରୁ କଂଗ୍ରେସ ବିଧାୟକ ନିତେଶ ରାଣେଙ୍କୁ ସିନ୍ଧୁଦୁର୍ଗ-ଗୋଆ ହାଇଓ୍ଵେରେ ଥିବା ଗାଡ଼କୁ ନେଇ ଅଭିଯୋଗ ମିଳିଥିଲା। ଲୋକେ ଅଭିଯୋଗ କରିଥିଲେ ଯେ, ହାଇଓ୍ଵେରେ ଗର୍ତ୍ତ ଥିବାରୁ ବର୍ଷା ଦିନେ ପାଣିରେ ଏହା ଭରି ଯାଉଛି। ଲୋକଙ୍କ କହିବା କଥା ଗତ ଅନେକ ଦିନ ହେବ ଏଠାରେ ଯାତ୍ରା କରୁଥିବା ଅନେକ ଲୋକ ଦୁର୍ଘଟଣାର ଶିକାର ହେଉଛନ୍ତି। ସ୍ଥାନୀୟ ଲୋକ ଏହି ଦୁର୍ଘଟଣାକୁ ନେଇ ବହୁତ ଅସନ୍ତୁଷ୍ଟ ଥିଲା। ଏଠାରେ ଗଡନଦୀ ପୋଲରୁ ଯାଇଥିବା ସମସ୍ତ ମାର୍ଗରେ କେବଳ ଗାଡ଼ ହିଁ ଗାଡ଼।
ଲୋକଙ୍କ ଅଭିଯୋଗ କ୍ରମେ ଗୁରୁବାର ସ୍ଥାନୀୟ ବିଧାୟକ ନିତେଶ ରାଣେ ନିଜର କାର୍ୟ୍ୟକର୍ତ୍ତାଙ୍କ ସହିତ ସେଠାରେ ପହଞ୍ଚିଥିଲେ। ସେ ପିଡବ୍ଲ୍ୟୁଡିର ଇଞ୍ଜିନିୟର ପ୍ରକାଶ ଖେଡେକରଙ୍କୁ ଘଟଣାସ୍ଥଳକୁ ଡକାଯାଇଥିଲା। ଏହି ସମୟରେ ଗାଡ ଏବଂ କାଦୁଅ କାରଣରୁ ଜନତାଙ୍କୁ ଯେଉଁ ସମସ୍ୟା ହୋଇଛି ତାର ଅନୁଭୂତି ଦେବାକୁ ବିଧାୟକ କାର୍ୟ୍ୟକର୍ତ୍ତାଙ୍କ ଜରିଆରେ ଇଞ୍ଜିନିୟରଙ୍କ ଉପରେ କାଦୁଅ ଫୋପାଡ଼ିଥିଲେ। ଏହା ସହିତ ତାଙ୍କର ସମର୍ଥକ ଇଞ୍ଜିନିୟରଙ୍କୁ ବାନ୍ଧିବାକୁ ଚେଷ୍ଟା କରିଥିଲେ।
ଞଙ୍ଗସଗ୍ଧଗ୍ଧରକ୍ସ ଇୟଗ୍ଦ ସଦ୍ଭଲକ୍ଟ ବଦ୍ଭୟ କ୍ଟ୍ରକ୍ସସଙ୍ଖବମଚ୍ଚ