ସାଲେପୁର /ଜ୍ୟୋସ୍ନା ରାଣୀ ସିଂହ : କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ସୁଭଦ୍ରା ମହତାବ କଲେଜ ପକ୍ଷରୁ ନବ ନିର୍ବାଚିତ ଯୁବ ବିଧାୟକ ସାରଦା ପ୍ରଧାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l କଲେଜର ଅଧ୍ୟକ୍ଷ ଏବଂ ଅଧ୍ୟାପକ ମାନଙ୍କ ସହିତ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ସମ୍ପର୍କରେ ଶ୍ରୀ ପ୍ରଧାନ ଆଲୋଚନା କରିଥିଲେ lକଲେଜ କ୍ୟାମ୍ପସକୁ ରାଜନୀତି ଠାରୁ ଉର୍ଦ୍ଧ୍ଵରେ ରଖି ବିଦ୍ୟାର୍ଥୀ ମାନଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେବାକୁ ବିଧାୟକ ପରାମର୍ଶ ଦେଇଥିଲେ lକଲେଜରେ ପୂର୍ବରୁ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଅନିୟମିତତା ନେଇ ଶ୍ରୀ ପ୍ରଧାନ ଅସନ୍ତୋଷ ପ୍ରକଟ କରିବା ଦେଖିବାକୁ ମିଳିଥିଲା l କେଉଁଠି ନୂତନ ଗୃହ ର କାନ୍ଥ ଫାଟିଛି ତ ଆଉ କେଉଁଠି ନୂଆ ଲାଗିଥିବା କବାଟ ରୁ କବଜା ବାହାରି ଗଲାଣି। ତେଣୁ କଲେଜ୍ ଏକ ଶିକ୍ଷା ମନ୍ଦିର ହୋଇଥିବା ରୁ ଏଠାରେ ଏଭଳି କାମ କରି ଠିକାଦାର ହାତ ଆଗକୁ ଆଉ ଚିକଣ କରିବାକୁ ଦିଆଯିବ ନାହିଁ ବୋଲି ଯୁବ ବିଧାୟକ ରୋକ୍ ଠୋକ୍ କଲେଜ୍ କତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ।ସାମାନ୍ୟ ଦୁର୍ନୀତି ଓ ପ୍ରିୟାପ୍ରିତିକୁ ବରଦାସ୍ତ କରାଯିବନି ବୋଲି ସେ ଚେତାବନୀ ଦେଇଥିବା ସହ ଜିରୋ ଟଲେରାନ୍ସ କଥା କହିଥିଲେ। କଲେଜର ସାମୁହିକ ବିକାଶ ପାଇଁ ସରକାରୀ ସ୍ତରରେ ସବୁ ପ୍ରକାର ସହଯୋଗ ଆଗକୁ ଯୋଗାଇ ଦିଆଯିବ ବୋଲି ବିଧାୟକ ଦୃଢ଼ ଆଶ୍ୱାସନା ଦେବା ଦେଖିବାକୁ ମିଳିଥିଲା l