ବିବାହ ବନ୍ଧନରେ ବନ୍ଧି ହେଲେ ବିଧାୟକ ସାରଦା ପ୍ରସାଦ

0

ଭୁବନେଶ୍ୱର: ବିବାହ ବନ୍ଧନରେ ବନ୍ଧି ହେଲେ ବିଧାୟକ ସାରଦା ପ୍ରସାଦ ପ୍ରଧାନ । ଗତକାଲି କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ସ୍ୱାଧୀନ ବିଧାୟକ ସାରଦା ପ୍ରସାଦ ପ୍ରଧାନ ଓରଫ ବୁଲୁ (୪୬) ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ଓଏଏସ ଅଧିକାରୀ ସିପ୍ରା ପ୍ରିୟଦର୍ଶିନୀ ଓରଫ ମାମୁନି (୨୭)ଙ୍କ ହାତ ଧରିଛନ୍ତି । ରାଜସ୍ଥାନ ଜୟପୁରରେ ଉଭୟ ପରିବାରର ସଦସ୍ୟ ଓ କିଛି ହାତଜଣତି ଅତିଥିଙ୍କ ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହୋଇଥିବା ଜଣାପଡିଛି । ତାଙ୍କ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।


ସେପଟେ ସାରଦାଙ୍କ ଜୀବନ ସାଥୀ ହୋଇଥିବା ପ୍ରିୟଦର୍ଶିନୀଙ୍କ ଘର କେନ୍ଦ୍ରପଡା ଜିଲ୍ଲାଡେରାବିଶ ବ୍ଲକ ବାରିମୂଳ ଗ୍ରାମ ରମେଶ ବଳଙ୍କ ଜ୍ୟେଷ୍ଠ କନ୍ୟା ବୋଲି କୁହାଯାଉଛି । ସେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରି ନିଶ୍ଚିନ୍ତକୋଇଲି ବ୍ଲକରେ ସାମାଜିକ ସମ୍ପ୍ରସାରଣ ଅଧିକାରିଣୀ ଭାବେ କାର୍ଯ୍ୟ କରୁଥିଲେ । ୨୦୨୩ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଏବେ ତାଲିମ ନେଉଥିବା ସୂଚାନ ରହିଛି ।


ସୂଚନା ଅନୁଯାୟୀ, ୨୦୨୪ ନିର୍ବାଚନରେ ସାରଦା ବିଜେପିରୁ ଟିକେଟ ପାଇ ସ୍ୱାଧୀନଭାବେ ନିର୍ବାଚନ ଲଢିଥିଲେ । ସେ ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପୁଅ ଅଙ୍କିତ ପ୍ରତାପଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ । ସ୍ୱାଧୀନ ଭାବେ ବିଜୟୀ ହୋଇଥିଲେ ମଧ୍ୟ ପରେ ସେ ବିଜେପିକୁ ନିଃସର୍ଭ ସମର୍ଥନ ଜଣାଇଥିଲେ ।