ବିଧାୟକଙ୍କ ଦ୍ଵାରା ପାଉଁଶକୁଲି ଦୋଳ ଉତ୍ସବ ଉଦ୍ଘାଟିତ

0

ବସ୍ତା (ଅଜିତ ସାହୁ) : ବସ୍ତା ବ୍ଲକ ପାଉଁଶକୁଲି ଠାରେ ରଙ୍ଗ ର ପର୍ବ ହୋଲି  ଉପଲକ୍ଷେ ଦୋଳ ଉତ୍ସବ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମ କୁ ଜଳେଶ୍ଵର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅଶ୍ୱନୀ କୁମାର ପାତ୍ର  ମୁଖ୍ୟ ଅତିଥି ଓ ସ୍ଥାନୀୟ  ସରପଞ୍ଚ ଙ୍କ ପ୍ରତିନିଧି ଶିଶିର କୁମାର ସେନାପତି ଯୋଗ ଦେଇ  ମିଳିତ ଭାବେ  ଫିତା କାଟି  ଶୁଭ ଉଦ୍ଘାଟନ କରିଥିଲେ। ବରେଣ୍ୟ  ଅତିଥି ଭାବେ ବସ୍ତା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦିଲ୍ଲୀପ ଦାସ ମହାପାତ୍ର, ପୂର୍ବତନ ଜିଲ୍ଲାପରିଷଦ ଅଜୟ କୁମାର ସାହୁ, ଭେଲୋରା ସମିତି ସଦସ୍ୟ ଅନାଦି ଦାସ, କରୁଆ ସରପଞ୍ଚ ଜୟନ୍ତ କୁମାର ରଣା, ତାଡ଼ଦା ସରପଞ୍ଚ  ପ୍ରଭାତ କୁମାର ଦାସ, ରଘୁନାଥ ପୁର ସରପଞ୍ଚ ଅନନ୍ତ କୁମାର ବାରିକ, ପାଉଁଶକୁଲି ସମିତି ସଦସ୍ୟା ଙ୍କ ପ୍ରତିନିଧି କାର୍ତ୍ତିକ ପାତ୍ର,ସମାଜ ସେବୀ ଧିରେନ୍ ସାହୁ, ଅବସର ପ୍ରାପ୍ତ  ପ୍ରାଧ୍ୟାପକ  ସୁରେଶ କୁମାର ପାତ୍ର, ଶିକ୍ଷାବିତ୍ ପଞ୍ଚାନନ ଦାସ, ନାରାୟଣ ଉପାଧ୍ୟାୟ, ରାମ ଚନ୍ଦ୍ର ବେସ୍ରା, ବୃନ୍ଦାବନ ପଣ୍ଡା  ସମେତ ଦୋଳ  ଉତ୍ସବ କମିଟି ର କର୍ମକର୍ତ୍ତା ପ୍ରମୁଖ  ଉପସ୍ଥିତ ରହି ଥିଲେ।  ଭାଇଚାରାର ପର୍ବ ହେଉଛି ପବିତ୍ର  ଦୋଳ ପର୍ବ , ରାଗଋଷା, ମାନ ଅଭିମାନ କୁ ଭୁଲି  ଏକତ୍ର ହୋଇ ରଙ୍ଗ ଖେଳବା, ମିଠା ବଣ୍ଟନ କରିବା  ଭାବର ଆଦାନ ପ୍ରଦାନ  କରିବା ହେଉଛି ଏହି ପର୍ବର  ମହତ୍ତ୍ଵ । ତେଣୁ କେବଳ ଦୋଳ ପର୍ବ ନୁହଁ ଅଞ୍ଚଳର ସାମୁହିକ   ବିକାଶ ପାଇଁ ଦଳଗତ  ମତ ନିର୍ବିଶେଷରେ  ଆଗେଇ  ଆସିବାକୁ  ମଞ୍ଚରୁ ସମସ୍ତଙ୍କୁ  ଆହ୍ଵାନ  ଦିଆଯାଇଥିଲା।