ଟି-୨୦ ମ୍ୟାଚ୍ ଲାଗି ୨ଟି ରୁଟରେ ଗଡିବ ସ୍ୱତନ୍ତ୍ର ମୋ ବସ୍

0

ଭୁବନେଶ୍ୱର:ବାରବାଟୀରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ଲାଗି କ୍ର୍ୟୁଟ୍ ପକ୍ଷରୁ ସ୍ୱତନ୍ତ୍ର ମୋ ବସର ବ୍ୟବସ୍ଥା କରାଯାଇଛି । ଦୁଇଟି ରୁଟରେ ଏହି ବସ୍ ସେବା ଯୋଗାଇଦିଆଯିବ । ପ୍ରଥମ ରୁଟରେ ବସ୍ ମାଷ୍ଟର କ୍ୟାଣ୍ଟିନରୁ ଭାୟା ରସୁଲଗଡ ଦେଇ ବାରବାଟୀ ଷ୍ଟାଡିୟମ୍ ଯିବ । ଦ୍ୱିତୀୟ ରୁଟରେ ବରମୁଣ୍ଡାରୁ ଭାୟା ପଟିଆ ଦେଇ ଷ୍ଟାଣ୍ଡିୟମ୍କୁ ଯିବ ବୋଲି ଜଣାପଡିଛି । ବସ୍ ଦୁଇଟି ରବିବାର ମଧ୍ୟାହ୍ନ ୧୨ଟା୩୦ରୁ ବସ୍ ଚଳାଚଳ କରିବ । ମ୍ୟାଚ୍ ସରିବା ପରେ ରାତି ୧୧ଟା ୩୦ରୁ ଦର୍ଶକଙ୍କୁ ନେଇ ଷ୍ଟାଡିୟମ୍ରୁ ବରମୁଣ୍ଡା ବସଷ୍ଟାଣ୍ଡ ଏବଂ ମାଷ୍ଟର କ୍ୟାଣ୍ଟିନ୍ ଅଭିମୁଖେ ଯାତ୍ରା କରିବ । ଏହି ଦୁଇଟି ସ୍ୱତନ୍ତ୍ର ବସ୍ ଲାଗି ୪୦ ଟଙ୍କା ଭଡା ରଖାଯାଇଛି ।